ପୁଣିଥରେ ସର୍ବସମ୍ମୁଖରେ ଧର୍ମପତ୍ନୀଙ୍କୁ ଅମିର ଲିପ୍‌-ଲକ୍‌ ଚୁମ୍ବନ ଦେଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ୍‌ଙ୍କୁ ପରଦାରେ ଅନେକ ଅଭିନେତ୍ରୀଙ୍କ ସହିତ ଲିପ୍‌ଲକ୍‌ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିିଛି। କିନ୍ତୁ ନିଜର ପତ୍ନୀ କିରଣଙ୍କୁ ସର୍ବସମ୍ମୁଖରେ ଚୁମ୍ବନ ଦେବା ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି। ବୁଧବାର ଅମିର ନିଜର ୫୩ତମ ଜନ୍ମଦିନରେ ପାଳନ କରିବା ସମୟରେ ସେ ତାଙ୍କ ପତ୍ନୀଙ୍କୁ ଥରେ ନୁହେଁ ବରଂ ଦୁଇଥର ସର୍ବସମ୍ମୁଖରେ ଲିପ୍‌ଲକ୍‌ ଚୁମ୍ବନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ଅମିର ଖାନ୍‌ ନିଜର ଜନ୍ମଦିନ ପରିବାରବର୍ଗଙ୍କ ସହ ସେଲିବ୍ରେଟ କରିବେ ବୋଲି ଯୋଧପୁରରୁ ମୁମ୍ବାଇ ଆସିଥିଲେ। ଏଠାକୁ ଆସି ସେ ଗଣମାଧ୍ୟମଙ୍କୁ ଭେଟିବା ସହିତ ପତ୍ନୀଙ୍କୁ ସମସ୍ତଙ୍କ ଉପସ୍ଥିତିରେ ଲିପ୍‌ଲକ୍‌ ଚୁମ୍ବନ ଦେଇଥିଲେ। ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ମିୟା ବିବିଙ୍କ ଖୁଲମ୍‌ ଖୁଲା ପ୍ୟାର ବୋଲି କହିଥିଲେ।

ତେବେ ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ‘ମାମି’ ସିନେମା ଫେଷ୍ଟିଭାଲରେ ଅମିର ତାଙ୍କ ପତ୍ନୀଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ୨୦୧୧ସମୟରେ ଏକ କାର୍ଯ୍ୟକ୍ରମରେ ଦୁହିଁଙ୍କ ଲିପ୍‌-ଲକ୍‌ ଚୁମ୍ବନ ଚର୍ଚ୍ଚାରେ ଥିଲା।

ସମ୍ବନ୍ଧିତ ଖବର