ମୁମ୍ବାଇ: ବଲିଉଡର ମିଷ୍ଟର ପର‌ଫେକ୍ସନିଷ୍ଟ ଅମୀର ଖାନ ଚେନ୍ନାଇ ଚାଲିଯିବାକୁ ପ୍ରସ୍ତୁତ ହେଉଛନ୍ତି। ଅମୀର ଦୀର୍ଘଦିନ ଧରି ମୁମ୍ବାଇରେ ବସବାସ କରି ଆସୁଥିବା ବେଳେ ଏଠାରେ ରହି କାମ ବି କରୁଛନ୍ତି।

Advertisment

ନିକଟରେ ଖବର ମିଳିଛି କି ସେ ଖୁବଶୀଘ୍ର ମୁମ୍ବାଇ ଛାଡ଼ି ଚେନ୍ନାଇ ଚାଲିଯିବେ। ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଅମୀର ଚେନ୍ନାଇରେ ହିଁ ରହିବେ। ଏହା ପଛର କାରଣ ବୃତ୍ତିଗତ ଓ ବ୍ୟକ୍ତିଗତ ଉଭୟ ରହିଛି।

ବାସ୍ତବରେ କୁହାଯାଉଛି କି ଅମୀର ଖାନ ଚେନ୍ନାଇ ଯିବାର କାରଣ କାମ ସହିତ ତାଙ୍କ ମା’ ଜୀନତ ହୁସୈନ ବି ରହିଛନ୍ତି। ସୁପରଷ୍ଟାର ନିଜର ମା’କୁ ଖୁବ ଭଲ ପାଆନ୍ତି। ଏମିତିରେ ସେ ଚେନ୍ନାଇ ଯାଇ ମା’ଙ୍କ ସହିତ ରହିବାକୁ ସ୍ଥିର କରିଛନ୍ତି। କାରଣ ଅମୀର ସର୍ବପ୍ରଥମେ ତାଙ୍କ ପରିବାକୁ ଗୁରୁତ୍ବ ଦେଇଥାଆନ୍ତି।

ଅମୀରଙ୍କ ମା’ ଜୀନତ ହୁସୈନଙ୍କ କିଛିଦିନ ହେବ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଅମୀର ଏଭଳି ସମୟରେ ମା’ଙ୍କ ସହିତ ରହିବାକୁ ଚାହୁଁଛନ୍ତି। ତେଣୁ ଅମୀର ତାଙ୍କ ମା’ଙ୍କ ଚିକିତ୍ସା ହେଉଥିବା କେନ୍ଦ୍ର ନିକଟରେ ଏକ ହୋଟେଲରେ ରହିବେ। କାରଣ ଯେ‌ତେବେଳେ ଆବଶ୍ୟକ ପଡ଼ିବ ସେ ତାଙ୍କ ମା’ଙ୍କ ପାଖକୁ ଯାଇ ପାରିବେ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅମୀର କହିଥିଲେ, ‘କାମରେ ବ୍ୟସ୍ତ ରହିବା ହେତୁ ମୁଁ ମୋ ପରିବାରକୁ ସମୟ ଦେଇ ପାରି ନାହିଁ। ତେଣୁ ଏବେ କାମରୁ ବିଶ୍ରାମ ନେଇ ପରିବାକୁ ସମୟ ଦେବି।’