ଅଗଷ୍ଟ ୧୧ରେ ହେବ ଆମୀର-ଅକ୍ଷୟଙ୍କ ମଧ୍ୟରେ ଟକ୍କର !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆମୀର ଖାନ ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ବକ୍ସ ଅଫିସରେ ଟକ୍କର୍ ହେବାକୁ ଯାଉଛି । ବକ୍ସ ଅଫିସରେ ସମ୍ରାଟ ପୃଥ୍ବୀରାଜର ବିଫଳତା ପରେ ଅକ୍ଷୟ ଆମୀରଙ୍କ ସହ ଟକ୍କର୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରକ୍ଷା ବନ୍ଧନର ପୋଷ୍ଟର ଆଜି ରିଲିଜ ହୋଇଛି ଏବଂ ଏହି ଫିଲ୍ମଟି ଅଗଷ୍ଟ ୧୧ ରେ ରିଲିଜ ହେବାକୁଯାଉଥିବା ଜଣାପଡ଼ିଛି । ସବୁଠାରୁ ବଡ଼କଥା ହେଉଛି ସେହି ଦିନ ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢ଼ା ମଧ୍ୟ ରିଲିଜ ହେଉଛି । ପୋଷ୍ଟର ରିଲିଜ୍ କରି ରକ୍ଷା ବନ୍ଧନର ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ କହିଛନ୍ତି, ‘ରକ୍ଷା ବନ୍ଧନ’ ମୋ ହୃଦୟର ଅତି ନିକଟତର ଅଟେ । ଏହା ଏକ ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ସର୍ତ୍ତହୀନ ଭଲପାଇବାକୁ ଦର୍ଶାଏ । ମୁଁ ଆଶା କରୁଛି ଦର୍ଶକମାନେ ଏହାକୁ ଶୀଘ୍ର ପ୍ରେକ୍ଷାଳୟରେ ଦେଖିବାକୁ ପାଇବେ।  ହିମାଂଶୁ ଶର୍ମା ଏବଂ କନିକା ଢିଲ୍ଲୋଁ ଏହି ଫିଲ୍ମର କାହାଣୀଟିକୁ ଲେଖିଛନ୍ତି।

ତେବେ ସାରା ଦେଶରେ ୧୦୦ରୁ ଅଧିକ ସ୍ଥାନରେ ଫିଲ୍ମ ‘ଲାଲ ସିଂ ଚଢ଼ା’ର ସୁଟିଂ କରାଯାଇଛି । ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ। ଆମୀର ଖାନଙ୍କ ଚଳଚ୍ଚିତ୍ରଟି ୧୯୯୪ରେ ନିର୍ମିତ ଆମେରିକୀୟ ଚଳଚ୍ଚିତ୍ର ‘ଫରେଷ୍ଟ ଗମ୍ପ’ର ରିମେକ୍ ଅଟେ । ଏହି ଚଳଚ୍ଚିତ୍ରରେ ଆମୀର ଜଣେ ଶିଖ୍ ଯୁବକ ଭୂମିକାରେ ଅଛନ୍ତି ଏବଂ କରୀନା କପୁର ତାଙ୍କ ବିପକ୍ଷରେ ଅଭିନେତ୍ରୀ ହୋଇଛନ୍ତି । ଦୁଇଟି ଫିଲ୍ମର କାହାଣୀ ଭିନ୍ନ ଥିବା ବେଳେ ଦର୍ଶକ କାହାକୁ ଅଧିକ ଭଲପାଇବା ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର