ନିଜର ପ୍ରତିଟି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହି ବଦଭ୍ୟାସକୁ ଆପଣାଇ ନିଅନ୍ତି ଆମୀର ଖାନ୍‌ !

ମୁମ୍ବାଇ : ଦୀପାବଳିରେ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ହେଉଛି ଫିଲ୍ମ ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଆମୀର ଖାନ୍‌, ଫାତିମା ଶେଖ୍‌,ଅମିତାଭ ବଚ୍ଚନ ଏବଂ କ୍ୟାଟ୍ରିନା କୈଫ୍‌ ନଜର ଆସୁଥିବା ବେଳେ ଫିଲ୍ମଟି ବକ୍ସ ଅଫିସରରେ ଧମାଲ ମଚାଇବ ବୋଲି ଆଲୋଚନା ଆରମ୍ଭ ହେଲାଣି । ଏହାର କଳାକାରମାନେ ଏବେ ଫିଲ୍ମର ପ୍ରମୋସନ କରିବାରେ ବ୍ୟସ୍ତ ଥିବା ବେଳେ ଆମୀର ଏହି ସମୟରେ ନିଜ ସହ ଜଡ଼ିତ ଏକ ବଡ଼ ଖୁଲାସା କରିଛନ୍ତି ।

Aaj Tak

ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରତିଟି ଫିଲ୍ମ ରିଲିଜ୍‌ ହେବାର କିଛି ଦିନ ପୂର୍ବରୁ ମୋର ଧୂମପାନ କରିବାର ଅଭ୍ୟାସ ଆରମ୍ଭ ହୋଇ ଯାଇଥାଏ । ପ୍ରତିଦିନ ମୁଁ ଏକାଧିକବାର ଧୂମପାନ କରିଥାଏ । ଯେଉଁଥି ପାଇଁ ମୋ ପତ୍ନୀ କିରଣ ରାଓ ମୋ ଉପରେ ଚିଡ଼ିଥାନ୍ତି । କାରଣ ତାଙ୍କୁ ସିଗାରେଟର ଧୂଆ ଆଦୌ ପସନ୍ଦ ନୁହେଁ । ତାଙ୍କ ଅସୁବିଧାକୁ ଦେଖି ମୁଁ ଏବେ ସିଗାରେଟ ନ ପିଇ ଚିଲମ ପିଇବା ଆରମ୍ଭ କରିଛି ବୋଲି ଆମୀର କହିଥିଲେ ।

ସମ୍ବନ୍ଧିତ ଖବର