ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ଅମୀର ନିଜର କୋ-ଷ୍ଟାରଙ୍କୁ ବିବାହ କରିବେ ବୋଲି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ:  ବଲିଉଡରେ ଆରମ୍ଭ ହୋଇଗଲାଣି ଚଳିତ ସିଜିନର ବିବାହ ଋତୁ । ପ୍ରଥମେ ରାଜକୁମାର ରାଓ ଓ ପତ୍ରଲେଖାଙ୍କ ଠାରୁ ଆରମ୍ଭ ହୋଇଥିଲା ଏହି ବିବାହ ସିଜିନ୍ । ତା ପରେ ଏବେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଉପରେ ସମସ୍ତଙ୍କ ନଜର । ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ । ଏସବୁ ଭିତରେ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ଅମୀର ଖାନ୍ ମଧ୍ୟ ପୁଣିିଥରେ ମାନେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେ ହଠାତ୍ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡପତ୍ର ଦେଇଛନ୍ତି । ଏହାପରେ ଉଭୟ ଅମୀର ଓ କିରଣ ନିଜ ପକ୍ଷରୁ ସ୍ପଷ୍ଟିକରଣ ଦେବାକୁ ଯାଇ କହିଥିଲେ ଯେ, ‘ଆମେ ଆଉ ପତି -ପତ୍ନୀ ହୋଇନାହୁଁ । ବରଂ ଆମେ ଆମ ପିଲାମାନଙ୍କର ଅଭିଭାବକ ହୋଇ ରହିବୁ’ । ଅମୀର ଓ କିରଣଙ୍କ ଏହି ସ୍ପଷ୍ଟୋକ୍ତି ପ୍ରଶଂସକଙ୍କୁ ଚକିତ କରିଥିଲା ।

ଏହା ପରେ ଏବେ ଚର୍ଚ୍ଚା ହେଉଛି ଯେ ଅମୀର ଖାନ୍ ଆଉ ଥରେ ବିବାହ କରିବାକୁ ଯୋଜନା କରୁଛନ୍ତି । ନିଜ ଅପକମିଙ୍ଗ ଫିଲ୍ମ ‘ ଲାଲ ସିଂହ ଚଡ୍ଢା’ର ରିଲିଜ୍ ପରେ ସେ ଏ ନେଇ ସୂଚନା ଦେବେ । କେବଳ ଏତିକି ନୁହେଁ ବଲିଉଡ ଗସିପ୍ ଅନୁସାରେ ଅମୀର ନିଜର କୌଣସି କୋ- ଷ୍ଟାରଙ୍କୁ ବିବାହ କରିବେ । କହିରଖୁଁ କି, ଅମୀର ଓ କିରଣ ରାଓଙ୍କ ଅଚାନକ ଛାଡପତ୍ର ପରେ ଅଭିନେତ୍ରୀ ଫତିମା ସନା ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ ହୋଇଥିଲେ । ଫତିମା ଅମୀରଙ୍କ ସହ ‘ଦଙ୍ଗଲ’ ଓ ‘ଠଗ୍ସ୍ ଅଫ୍ ହିନ୍ଦୁସ୍ତାନ’ ଫିଲ୍ମରେ ନଜର ଆସିଥିଲେ । ଏହାପରେ ଦୁହିଁଙ୍କୁ ଅନେକ ସ୍ଥାନରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା । ତେଣୁ ଅମୀର ଫତିମାଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ମଧ୍ୟ ହେଉଥିଲା ।

ଅମୀର ଦୁଇଥର ବିବାହ କରିଛନ୍ତି । ପ୍ରଥମେ ୧୯୮୭ ରେ ରୀନା ଦତ୍ତଙ୍କୁ ବିବାହ କରିଥିବାବେଳେ ୨୦୦୨ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ କିରଣ ରାଓଙ୍କ ହାତ ଧରିଥିଲେ । ଏହି ସମ୍ପର୍କ ବି ବେଶିଦିନ ତିଷ୍ଠିଲା ନାହିଁ । ଅମୀରଙ୍କର ତିନି ସନ୍ତାନ ଅଛନ୍ତି, ଇରା ଖାନ୍, ଜୁନୈଦ୍ ଖାନ୍ ଓ ଆଜାଦ୍ ରାଓ ଖାନ୍ । ଏବେ ତୃତୀୟ ଥର ପାଇଁ କେଉଁ କୋ ଷ୍ଟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ତାକୁ ହିଁ ପ୍ରଶଂସକଙ୍କ ଅପେକ୍ଷା ।

ସମ୍ବନ୍ଧିତ ଖବର