୨୦୧୮ ପରେ ଦଶ ବର୍ଷ ଯାଏଁ ଅମୀର ଖାନ୍ କେବଳ ଗୋଟିଏ ସିନେମାରେ କାମ କରିବେ !
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍ ଆଗାମୀ ଦଶ ବର୍ଷ ଯାଏଁ ଅନ୍ୟ କୌଣସି ସିନେମାରେ କାମ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ସେ ୨୦୧୮ ପରେ କେବଳ ଗୋଟିଏ ସିନେମାରେ ଅଭିନୟ କରିବେ ଓ ତା’ର ପ୍ରଯୋଜନା ମଧ୍ୟ କରିବେ ।
ବହୁ ଦିନରୁ ଚର୍ଚ୍ଚା ହୋଇ ଆସୁଥିଲା ଯେ ଅମୀର ଖାନ୍ ଭାରତର ଅମୂଲ୍ୟ କଥାବସ୍ତୁ ମହାଭାରତ ଉପରେ ଏକ ସିନେମା ନିର୍ମାଣ କରିବାକୁ ଚାହୁଁଛନ୍ତି । ଏଥିରେ ସେ ନିଜେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିବାର ବି ଇଚ୍ଛା ରଖିଛନ୍ତି ବୋଲି ଚର୍ଚ୍ଚା ହେଉଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଅମୀର ଖାନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ମହାଭାରତ ଉପରେ ଫିଲ୍ମ ନିର୍ମାଣ କରିବାକୁ ତାଙ୍କୁ ଭଲ ଲାଗୁଛି । ପୁଣି ଶ୍ରୀକୃଷ୍ଣଙ୍କ ଭୂମିକାକୁ ସେ ଠିକ୍ ଭାବେ ନ୍ୟାୟ ଦେଇ ପାରିବେ କି ନା, ସେଥିନେଇ ବି ତାଙ୍କ ମନରେ ସଂଶୟ ରହିଛି ବୋଲି କହିଥିଲେ । ଏହି ଭୂମିକା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି । ଏଣୁ ‘ମହାଭାରତ’ର ନିର୍ମାଣ ସଂପର୍କରେ ଅମୀର୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।ଏବେ ଜଣାଯାଇଛି ଯେ ଅମୀର୍ ଖାନ୍ ଇତି ମଧ୍ୟରେ ତାଙ୍କର ମହତ୍ତ୍ୱାକାଙ୍କ୍ଷୀ ସିନେମା ‘ ମହାଭାରତ’ ଉପରେ କାମ ଆରମ୍ଭ କରିଦେଲେଣି । ଫିଲ୍ମର ଏବେ ପ୍ରି ପଡକ୍ସନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ‘ମହାଭାରତ’କୁ ପାଞ୍ଚଟି ଭାଗରେ ନିର୍ମାଣ କରାଯିବ । ପ୍ରତି ଦୁଇ ବର୍ଷରେ ମହାଭାରତର ଏକ ଭାଗ ରିଲିଜ୍ ହେବ । ଆଉ ସବୁଥିରେ ଅମୀର୍ ନଜର ଆସିବେ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ।
ଏହି ସବୁ ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଅଦୈତ୍ୱ ଚନ୍ଦନ , ଯିଏକି ପୂର୍ବରୁ ଅମୀର୍ ଖାନ୍ ପ୍ରଡକ୍ସନର ‘ ସିକ୍ରେଟ ସୁପରଷ୍ଟାର୍’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।ଅମୀରଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି ଯେ ସେ ତାଙ୍କର ନୂଆ ସିନେମା ‘ ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ ପରେ ଆଗାମୀ ଦଶ ବର୍ଷ ଯାଏଁ ଅନ୍ୟ କୌଣସି ଫିଲ୍ମ ସାଇନ୍ କରିବେ ନାହିଁ । ସେ ଆଗାମୀ ୧୦ ବର୍ଷ କେବଳ ‘ ମହାଭାରତ’ ହିଁ ନିର୍ମାଣ କରିବେ । ଅମୀର୍ ଖାନ୍ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା ନିଭାଇବା ଲାଗି ମଧ୍ୟ ଉଭୟ ଶାରୀରିକ ଓ ମାନସିକ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଉଛି