ନୂଆଦିଲ୍ଲୀ: ବିଗ ବି ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ ବି ଆର୍ଥିକ ସଙ୍କଟର ସାମ୍ନା କରିଛନ୍ତି। ଅମିତାଭ ଋଣରେ ବୁଡ଼ି ଯାଇଥିଲେ। ତାଙ୍କ ପ୍ରଡକସନ ହାଉସ ଏବିସିଏଲ ବି ବୁଡ଼ିବାକୁ ଯାଉଥିଲା ବୋଲି ନିକଟରେ ଅଞ୍ଜନ ଶୀବାସ୍ତ ଏକ ସାକ୍ଷାତକାରେ କହିଛନ୍ତି।
ତେବେ ଅମିତାେଭ ଋଣରେ ବୁଡ଼ି ଯାଇଥିବା ସହିତ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ସମୟରେ ଅଞ୍ଜନ ଶ୍ରୀବାସ୍ତ ବ୍ୟାଙ୍କର ଥିଲେ। ଅଞ୍ଜନ କହିଛନ୍ତି କି, ଅମିତାଭଙ୍କ ଅବସ୍ଥା ସେ ସମୟରେ ଏମିତି ହୋଇପଡ଼ିଥିଲା କି ସେ ବ୍ୟାଙ୍କ ଅଧିକାରୀଙ୍କୁ ଦେଖିଲେ ହାତଯୋଡ଼ି ଦେଉଥିଲେ। ସେହି ସମୟରେ ତାଙ୍କୁ କେହି ବି ସାହାଯ୍ୟ କରୁ ନଥିଲେ।
ଏମିତି କି ତାଙ୍କ ବାପାଙ୍କ ସାଙ୍ଗ ବି ଅମିତାଭଙ୍କ ବିଷୟରେ କିଛି ନଜାଣି ଖରପ କଥା ଲୋକଙ୍କୁ କହୁଥିଲେ। କେବିସି ଆରମ୍ଭ ହେବାପରେ ଅମିତାଭଙ୍କ ଅବସ୍ଥା ଧୀରେଧୀରେ ସୁଧୁରିଥିଲା। ସେ ତାଙ୍କ ପୁରୁଣା ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ।
ତେବେ ଅମିତାଭ ଏକଦା ଏଭଳି ଭାବେ ଋଣରେ ବୁଡ଼ିଥିବା ଖବରକୁ କେହି ବି ଜାଣି ନଥିଲେ। ମଝିରେ ମଝିରେ ଏହି ଘଟଣାକୁ ନେଇ ଆଲୋଚନା ହୁଏ। କିନ୍ତୁ ସ୍ପଷ୍ଟ ସୂଚନା ମିଳି ପାରି ନଥାଏ। ତେବେ ନିକଟରେ ଏକ ସାକ୍ଷାତକାରେ ଅଞ୍ଜନ ଶ୍ରୀବାସ୍ତବ ଏହାର ସୂଚନା ଦେଇଛନ୍ତି।
ଅମିତାଭ କିଛିଟା କ୍ଷେତ୍ରରେ କହିଛନ୍ତି କି, ,ଏମିତି ବି ସମୟ ଥିଲା। ଯେଉଁ ସମୟରେ ମୁଁ ଆର୍ଥିକ ସଙ୍କଟର ସାମ୍ନା କରିଛନ୍ତି।’