ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଗତ ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇ ଯାଇଛି। କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ହୋଇଥିବା ରାଘବ ଓ ପରିଣୀତିଙ୍କ  ନିର୍ବନ୍ଧର ଅନେକ ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି। ତେବେ ଆପଣ ତ ଜାଣନ୍ତି ଯେତେବେଳେ କୌଣସି ସେଲିବ୍ରିଟି ନିର୍ବନ୍ଧ କିମ୍ବା ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ତ ସେମାନଙ୍କର ପୋଷାକ ଓ ସାଜସଜାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥାଏ। ଏବେ ରାଘବ ଓ ପରିଣୀତିକୁ ବି ନେଇ ଏପରି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେମାନଙ୍କ ପୋଷକରୁ ନେଇ ଜୋତା ପର୍ଯ୍ୟନ୍ତ ଏବେ ଚର୍ଚ୍ଚା ହେଉଛି।

Advertisment

କେବଳ ସେତିକି ନୁହେଁ, ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ମୁଦି ମଧ୍ୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ପରୀଙ୍କୁ ରାଘବ ପିନ୍ଧାଇଥିବା ମୁଦିରେ ଚାରିପଟେ ଛୋଟ ଛୋଟ ହୀରା ଖୋଦିତ ହୋଇଥିବା ବେଳେ ମଝିରେ ଏକ ବଡ଼ ହୀରା ଦେଖିବାକୁ ମିଳିଛି। ପରୀଙ୍କ ମୁଦିଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ହେଲେ ରାଘବଙ୍କ ମୁଦିକୁ ତା’ଠାରୁ ବି ଅଧିକ ପସନ୍ଦ କରିଛନ୍ତି ପ୍ରଶଂସକ। ରାଘବ କାର୍ଟିୟର୍‌ ବ୍ରାଣ୍ଡ୍‌ର ଏକ ସୁନା ମୁଦି ପିନ୍ଧିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ କାର୍ଟିୟର୍ ବ୍ରାଣ୍ଡ୍‌ ଅଳଙ୍କାର ଓ ଘଣ୍ଟା ଉତ୍ପାଦନ କ୍ଷେତ୍ରରେ ଏକ ଜଣାଶୁଣା ନାମ।

publive-image

ପରିଣୀତି ତାଙ୍କ ନିର୍ବନ୍ଧରେ ମନିଷ ମଲହୋତ୍ରାଙ୍କ ଡିଜାଇନର ପୋଷାକ ପିନ୍ଧିଥିଲେ। ପରିଣୀତିଙ୍କ ସୁନ୍ଦର ଓ ସାଧାରଣ ଲୁକ୍‌ ସମସ୍ତଙ୍କୁ ବେଶ୍‌ ଭଲ ଲାଗିଛି। ପରିଣୀତି ପିନ୍ଧିଥିବା ଧଳା ମୋତି ଲଗା ପୋଷାକ ସାଙ୍ଗକୁ ରାଘବ ବି ମ୍ୟାଚ୍‌ କରି ଧଳା ରଂଗର ପୋଷାକ ପିନ୍ଧିଥିଲେ।