ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ପ୍ରଶଂସକମାନଙ୍କ ପ୍ରିୟ ଯୋଡ଼ି। ଏବେ ସେମାନଙ୍କ ସଂପର୍କର ଆଉ ଏକ ସୁନ୍ଦର ସୃଷ୍ଟି ହେଉଛି ଝିଅ ଆରାଧ୍ୟା। ଅଭି-ଐଶ୍ଙ୍କ ତନୟା ଯେତିକ ଯେତିକି ବଡ଼ ହୋଇ ହୋଇ ଯାଉଛନ୍ତି ପ୍ରଶଂସକମାନଙ୍କୁ ସେତିକି ପସନ୍ଦ ଆସୁଛନ୍ତି। ଆରାଧ୍ୟା ତାଙ୍କର ସୁନ୍ଦରତା ଓ ନୀରିହପଣରେ ଅଧିକାଂଶ ସମୟରେ ପ୍ରଶଂସକଙ୍କ ମନ କିଣିଛନ୍ତି।
ଗତ ରାତିରେ ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କୁ ବିମାନବନ୍ଦରରେ ସେମାନଙ୍କ ଲାଡ୍ଲୀ ଝିଅ ଆରାଧ୍ୟାଙ୍କ ସହ ଦେଖିବାକୁ ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିଛି କି ସେମାନେ ଏକ ‘ଫ୍ୟାମିଲ୍ ଭ୍ୟାକେସନ୍’ରୁ ଫେରୁଛନ୍ତି।
ବିମାନବନ୍ଦରରେ ୩ ଜଣ ନଜର ଆସିବା ପରେ ପେପ୍ସ ସେମାନଙ୍କୁ ନିଜ କ୍ୟାମେରାରେ କଏଦ କରି ନେଇଛନ୍ତି। ଆରାଧ୍ୟା ଓ ଐଶ୍ବର୍ଯ୍ୟ ଟ୍ବିନିଂ କରି କଳା ରଂଗର ପୋଷାକ ପିନ୍ଧିଥିବା ବେଳେ ଅଭିଷେକ୍ କ୍ରିମ୍ ରଂଗର ପୋଷାକରେ ନଜର ଆସିଛନ୍ତି। ତେବେ ସମସ୍ତଙ୍କ ନଜର ରହିଥିଲା ଆରାଧ୍ୟାଙ୍କ ଉପରେ। ତାଙ୍କ ସୁନ୍ଦର ହସ ତାଙ୍କୁ ଆହୁରି ଆକର୍ଷଣୀୟ କରିଥିଲା। ତେବେ ବାପାମାଆଙ୍କ ସହ ଝିଅକୁ ଏକାସାଥୀରେ ଦେଖିବା ପରେ ପ୍ରଶଂସକ ନିଜର ଖୁସି ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/10/new-project-6-1-2025-08-10-14-26-43.jpg)