ନୂଆ ଓଡ଼ିଆ ଛବି ‘ଆଶିକ୍ ଦିୱାନା’ ଅଗଷ୍ଟ ମାସରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଦୀପକ, ରୀୟା ଓ ପ୍ରିୟଙ୍କା ପାଣିଗ୍ରାହୀ ନାୟକନାୟିକା ଭୂମିକାରେ ଅଭିନୟ କରଛନ୍ତି।
‘ରସିକ ନାଗର’, ‘ଧୀରେ ଧୀରେ ପ୍ରେମ ହେଲା’, ‘ହିରୋ-ଏକ ପ୍ରେମ କଥା’, ‘କ୍ରିମିନାଲ୍’, ‘ହରି ଓମ୍ ହରି’, ‘ଧର୍ମ- ଦି ଫାଇଟର୍’, ‘ଟାଇଗର୍’, ‘ତୁ ଥିଲେ ମୋ ଡର କାହାକୁ’, ‘ମେଣ୍ଟାଲ୍’, ‘ଦିଲ୍‌କା ରାଜା’, ‘ତୁ ମୋ ହିରୋ’, ‘ଲେଖିଛି ନାଆଁ ତୋର’, ‘ତୁ ମୋ ସୁନା ଚଢ଼େଇ’, ‘ଓମ୍ ସ୍ବାହା’ ଓ ‘ଲାଗେ ପ୍ରେମ ନଜର’ ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିବା ଏସ୍ ଦିଲୀପ ପଣ୍ଡା ଏହାର ନିର୍ଦ୍ଦେଶକ।

Advertisment

ଏହି ସିନେମା ଜରିଆରେ ‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ’, ‘ଦିୱାନା ଦିୱାନୀ’, ‘ତୁ ମୋ ଡ୍ରିମଗାର୍ଲ’ ଓ ‘ଆଶିକ୍’ ସମେତ ଛଅଟି ଓଡ଼ିଆ ଛବିର ନିର୍ମାତା ପ୍ରମୋଦ ସ୍ବାଇଁ ଓଲିଉଡ୍‌କୁ ଫେରିଛନ୍ତି। ଡକ୍ଟର ରଜନୀ ରଂଜନ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଅଭିଜିତ ମଜୁମ୍‌ଦାର ଏହାର ସଙ୍ଗୀତକାର।