ବିବାହରେ ଭଉଣୀ‌ ଅର୍ପିତାଙ୍କୁ ରୋଲ୍ସ ରଏସ କାର୍ ଉପହାର ଦେଇଥିଲେ ସଲମାନ ! ଜାଣନ୍ତୁ ସତ କ’ଣ

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ ଶର୍ମା ୨୦୧୪ରେ ସଲମାନ ଖାନଙ୍କ ସାନ ଭଉଣୀ ଅର୍ପିତା ଖାନଙ୍କୁ ବିବାହ କରିଥିଲେ। ବିବାହ ସମୟରୁ ଲୋକମାନେ ଆୟୁଷଙ୍କୁ ବହୁତ ଟ୍ରୋଲ କରି ଆସିଛନ୍ତି। କିଛି ଲୋକ କୁହନ୍ତି ଯେ ଆୟୁଷ ସଲମାନଙ୍କ ଟଙ୍କା ପାଇଁ ତାଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି। ଆଉ କିଛି ଲୋକ ବିଶ୍ୱାସ କରନ୍ତି ଯେ ଆୟୁଷ ଫିଲ୍ମରେ କାମ କରିବା ପାଇଁ ଅର୍ପିତାଙ୍କୁ ବିବାହ କରିଥିଲେ। ଲଗାତାର ଟ୍ରୋଲିଂର ଶିକାର ହେଉଥିବା ଆୟୁଷ ଏବେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ବିବାହ ସମୟରେ କୁହାଯାଉଥିଲା ଯେ ମୁଁ ସଲମାନ ଖାନଙ୍କ ଟଙ୍କା ଖର୍ଚ୍ଚ କରେ କିମ୍ବା ଦାମୀ କାରଗୁଡ଼ିକୁ ଉପହାର ରୂପେ ନେଇଥାଏ। ମୁଁ ଛୁଟି କଟାଇବାକୁ ବାହାରକୁ ଗ‌ଲେ ମଧ୍ୟ ମୋତେ ଟ୍ରୋଲ କରାଯାଏ। ଲୋକମାନେ କୁହନ୍ତି ଯେ ମୁଁ ସଲମାନ ଖାନଙ୍କ ଟଙ୍କା ଉଡ଼ାଉଛି। ସଲମାନ ଭାଇ ଆମ ବିବାହରେ ଆମକୁ ଏକ ରୋଲ୍ସ-ରୋଏସ୍ କାର୍ ଉପହାର ଦେଇଥିଲେ ବୋଲି ଲୋକେ ଚର୍ଚ୍ଚା କରିଥିଲେ। ମୁଁ ଏବେ ଭାବୁଛି ସେହି କାରଟି କେଉଁଠାରେ ଅଛି।

ନିଜ ପତ୍ନୀଙ୍କୁ ପ୍ରଶଂସା କରି ଆୟୁଷ କହିଛନ୍ତି, ଅର୍ପିତା ଜଣେ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସୀ ମହିଳା ଏବଂ ତାଙ୍କ ଭଳି ସାଥୀ ପାଇବା ଭାଗ୍ୟର କଥା। ସେ ନିଜେ ‌ଯେପରି ନିଜକୁ ସେପରି ଗ୍ରହଣ କରନ୍ତି। କ୍ରମାଗତ ଟ୍ରୋଲିଂ ତାଙ୍କୁ କେବେ ବି ଦୁଃଖୀ କରିନାହିଁ। କାରଣ ଛୋଟ ବେ‌ଳୁ ସେ ଇଣ୍ଡଷ୍ଟ୍ରିକୁ ଖୁବ ପାଖରୁ ଦେଖିଥିବା ବେଳେ ମୋ ପାଇଁ ଏହା ନୂଆ ଥିଲା। ତେଣୁ ପ୍ରଥମେ ପ୍ରଥମେ ଟ୍ରୋଲିଂ ମୋତେ କଷ୍ଟ ଦେଉଥିଲା। ହେଲେ ଅର୍ପିତା ମୋତେ ବୁଝାଇଥିଲେ ଏବଂ ସମର୍ଥନ କରିଥିଲେ। ମୁଁ ତାଙ୍କୁ ଟଙ୍କା ପାଇଁ ନୁହେଁ, ତାଙ୍କୁ ଭଲପାଉଥିବାରୁ ବିବାହ କରିଥିଲି।

ସମ୍ବନ୍ଧିତ ଖବର