‘ରେସ୍‌-୩’ ସିନେମା ଦେଖି କାନ୍ଦି ପକାଇଲେ ସଲମାନଙ୍କ ଭିଣୋଇ, ଜାଣନ୍ତୁ କାରଣ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଅଭିନୀତ ‘ରେସ୍‌-୩’ ଜୁନ୍‌ ୧୫ ରେ ରିଲିଜ ହୋଇଛି । ଶୁକ୍ରବାର ସଲମାନ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ଅଭିନେତ୍ରୀ ଓ୍ଵାରିନା ହୁସନିଙ୍କ ସହ ‘ରେସ୍‌-୩ ’ଦେଖିବାକୁ ପହଞ୍ଚିଥିଲେ । କିନ୍ତୁ ଫିଲ୍ମ ଦେଖିବା ସମୟରେ ଆୟୁଷଙ୍କ ଆଖିରେ ଲୁହ ଆସିଯାଇଥିଲା ।ଅସଲ କଥାଟି ହେଲା ଆୟୁଷ ଓ ଓ୍ଵାରିନା ‘ଲଭରାତ୍ରୀ’ ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରୁଛନ୍ତି । ଗୁରୁବାର ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ଏହି ଟିଜର ‘ରେସ୍‌-୩’ ସୋ ସମୟରେ ପରଦାରେ ଦେଖିବାକୁ ମିଳିଥିଲା । ଆୟୁଷ ନିଜକୁ ପ୍ରଥମ ଥର ପାଇଁ ବଡ ପରଦାରେ ଦେଖି ଭାବୁକ ହୋଇଯିବା ସହ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।

Youngisthan. In

ଆୟୁଷ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି । ଏହି କାରଣରୁ ସେ ନିଜକୁ ବଡ ପରଦାରେ ଦେଖି ଭାବୁକ ହୋଇପଡିଥିଲେ । ‘ଲଭରାତ୍ରୀ’ରେ ଆୟୁଷ ଓ ଓ୍ଵାରିନାଙ୍କ ସହ ଅଭିରାଜ ମୀନାବାଲା ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି । ନରେନ ଭଟ୍ଟ ଏହି ଫିଲ୍ମର କାହାଣୀ ରଚନା କରିଥିବା ବେଳେ ସଲମାନ ଖାନ ଫିଲ୍ମସ ଏହାର ପ୍ରଯୋଜନା କରିଛି । ଏହି ଫିଲ୍ମ ଏ ବର୍ଷ ଅକ୍ଟୋବର ୫ରେ ପରଦାକୁ ଆସିବ ।

ଚଳଚିତ୍ରର ନାମକରଣକୁ ନେଇ ଏବେ ବିବାଦ ଦେଖାଦେଇଛି, ଆଗ୍ରାର ଏକ ହିନ୍ଦୁ ସଂଗଠନ ଫିଲ୍ମର ‘ଲଭରାତ୍ରୀ’ ନାମକରଣକୁ ବିରୋଧ କରି କହିଛି ଏହା ହିନ୍ଦୁମାନଙ୍କ ପର୍ବ ‘ନବରାତ୍ରୀ’କୁ ବିକୃତ କରି କରାଯାଇଛି।

ସମ୍ବନ୍ଧିତ ଖବର