ଭାଇରାଲ୍‌ ହେଲା ଭାଇଜାନ୍‌ଙ୍କ ନୂଆ ଭାଣିଜୀର ପ୍ରଥମ ଫଟୋ, ସଲମାନଙ୍କ ଜନ୍ମତାରିଖରେ ଜନ୍ମିଲେ ଭଉଣୀ ଅର୍ପିତାଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ ଶର୍ମା ସୋସିଆଲ୍‌ ମିଡିଆରେ ତାଙ୍କ ନବଜାତ ଶିଶୁ କନ୍ୟା ଆୟାତର ପ୍ରଥମ ଫଟୋ ସେୟାର୍‌ କରିଛନ୍ତି। ଫଟୋରେ ଆୟୁଷଙ୍କ ସହ ପତ୍ନୀ ଅର୍ପିତା ଓ ବଡ଼ ପୁଅ ଆହିଲ୍‌ ବି ଦେଖିବାକୁ ମିଳିଛନ୍ତି। ପରିବାରର ନୂଆ ସଦସ୍ୟାଙ୍କ ସହ ୩ ଜଣ ମିଶି ଫଟୋ ପୋଜ୍‌ ଦେଉଥିବାର ନଜର ଆସିଛନ୍ତି।

 

ଆୟୁଷ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ଏ ସୁନ୍ଦର ପୃଥିବୀକୁ ସ୍ବାଗତ ଆୟାତ। ତୁମେ ଆମ ଜୀବନରେ ଆନେକ ଖୁସି ନେଇ ଆସିଛ। ତୁମେ ସଭିଁଙ୍କ ଜୀବନକୁ ପ୍ରେମ ଓ ଆନନ୍ଦର ସ୍ପର୍ଶ ଦିଅ।’ ଆୟୁଷ ସମୁଦାୟ ୪ଟି ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର୍‌ କରିଛନ୍ତି। ଏକ ଫଟୋରେ ଆହିଲ୍‌ ଓ ଆୟତ ଏକତ୍ର ଦିଶୁଥିବା ବେଳେ, ଦ୍ବିତୀୟ ଫଟୋରେ ଆୟୁଷ ତାଙ୍କ ନବଜାତ କନ୍ୟାକୁ କୋଳରେ ଧରିଛନ୍ତି। ତୃତୀୟଟିରେ ପୂରା ପରିବାର ନଜର ଆସୁଥିବା ବେଳେ ଚତୁର୍ଥ ଫଟୋରେ ଅର୍ପିତାଙ୍କ କୋଳରେ ଆୟାତ ଶୋଇଥିବାର ଦେଖିବାକୁ ମିଳିଛି।

ଆୟୁଷଙ୍କର ଏହି ପୋଷ୍ଟ୍‌ରେ ଅନେକ ବଲିଉଡ୍‌ ଷ୍ଟାର୍‌ ‘ୱାଓ’, ‘ନାଇସ୍‌,’ କିଉଟ୍‌’, ‘ଓଏମ୍‌ଜି’ ଆଦି ପ୍ରଶଂସାକାରୀ କମେଣ୍ଟ୍‌ ଦେଇଛନ୍ତିି। ଆୟାତ ଡିସେମ୍ବର ୨୭ ତାରିଖରେ ମାମୁ ସଲ୍‌ମାନ ଖାନଙ୍କ ଜନ୍ମ ତାରିଖରେ ଜନ୍ମଲାଭ କରିଛନ୍ତି।

ସଲମାନ ତାଙ୍କ ଭାଣିଜୀ ଜନ୍ମ ପରେ ଟ୍ବିଟ୍‌ କରି ଲେଖିଥିଲେ, ‘ଏ ସୁନ୍ଦର ପୃଥିବୀକୁ ସ୍ବାଗତ ଆୟାତ। ପୂରା ପରିବାରକୁ ସୁନ୍ଦର ଜନ୍ମଦିନ ଉପହାର ଦେଇଥିବାରୁ ଆୟୁଷ ଓ ଅର୍ପିତାଙ୍କୁ ଧନ୍ୟବାଦ। ଯେଉଁମାନେ ଏହି ପୋଷ୍ଟ୍‌ଟିକୁ ପଢୁଛନ୍ତି ଦୟାକରି ଶିଶୁଟିକୁ ଆଶୀର୍ବାଦ କରନ୍ତୁ, ସେ ଯେପରି ଆଗକୁ ଯାଇ ସମସ୍ତଙ୍କୁ ଗର୍ବିତ ଅନୁଭବ କରାଉ। ସମସ୍ତ ସ୍ନେହ ଓ ସମ୍ମାନ ପାଇଁ ଧନ୍ୟବାଦ। ଆପଣମାନେ ସମେସ୍ତ ଖୁବ୍ ଦୟାଳୁ। ଧନ୍ୟବାଦ।’

ସମ୍ବନ୍ଧିତ ଖବର