୧୭-୧୮ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କୁ ନେଇ ଏଭଳି ଚିନ୍ତାଧାରା ରଖୁଥିଲେ ଆୟୁଷ୍ମାନ, ଏଭଳି ବଦଳାଇଥିଲେ ତାହିରା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଜଣେ ଏଭଳି ଅଭିନେତା ଯିଏ କୌଣସି ଗଡ୍‌ଫାଦରଙ୍କ ବିନା ସହାୟତାରେ ବଲିଉଡ୍‌ରେ ନିଜର ସ୍ଥାନ ସୁଦୃଢ଼ କରି ପାରିଛନ୍ତି । ପେଶାଦାର ଜୀବନ ସହ ନିଜ ବ୍ୟକ୍ତିଗତ ଜୀବନକୁ ସେ ଭଲ ଭାବରେ ସମ୍ଭାଳି ପାରୁଥିବା ସହ ଆୟୁଷ୍ମାନ ଏବଂ ତାହିରାଙ୍କ ପ୍ରେମର ମିଶାଲ ଲୋକେ ଦେଇଥାନ୍ତି । ଏବେ ଦୁହିଁଙ୍କ ମଧ୍ୟରେ ସବୁ ଠିକ୍‌ ଥିବା ବେଳେ ଦିନ ଥିଲା, ଯେତେବେଳେ ଆୟୁଷ୍ମାନ ପୁରୁଷବାଦୀ ଚିନ୍ତାଧାରା ରଖୁଥିଲେ । ଏ ନେଇ ସେ ନିଜେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ।

DNA India

ତାଙ୍କ କହିବା ଅନୁଯାୟୀ, ମୋତେ ୧୭-୧୮ ବର୍ଷ ହୋଇଥିବା ବେଳେ ମହିଳାମାନଙ୍କୁ ନେଇ ମୋର ଭିନ୍ନ ଚିନ୍ତାଧାରା ଥିଲା । ମହିଳାମାନଙ୍କୁ ଘରେ ରହି କାମ କରିବା ଦରକାର । ଘର ସମ୍ଭାଳିବା ସହ ପରିବାରର ସମସ୍ତଙ୍କୁ ଖୁସି ରଖିବା ମହିଳାମାନଙ୍କର ଦାୟିତ୍ୱ । ବାହାରକୁ ଯାଇ ଚାକିରି କରିବା ଠିକ୍‌ ନୁହେଁ ବୋଲି ମୁଁ ଭାବୁଥିଲି । କିନ୍ତୁ ତାହିରା ଆସିବା ପରେ ମୋ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିଲା । ତୁମର ଚାକିରି କରିବା କ’ଣ ଦରକାର । ମୁଁ ଆମ ଦୁହିଁଙ୍କୁ ଖୁସିରେ ରଖିବା ଭଳି ଟଙ୍କା ଆୟ କରି ପାରିବି ବୋଲି ତାହିରାଙ୍କୁ କହିଥିଲି । ଏହା ଶୁଣି ତାହିରା ରାଗିଯିବା ସହ ତୁମ ମୁଣ୍ଡ ଠିକ୍‌ ଅଛି ତ? ମୁଁ ଚାକିରି କଲେ ଅସୁବିଧା କ’ଣ ବୋଲି ସେ ମୋତେ କହିଥିଲେ । ସେତେବେଳେ ମୁଁ ତାଙ୍କ କଥା ବୁଝି ପାରି ନଥିବା ବେଳେ ଧୀରେ ଧୀରେ ମୁଁ ମୋର ଭୁଲ ବୁଝିବା ସହ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥିଲି ବୋଲି କହିବା ସହ ଏବେ ପୁରୁଷ ଏବଂ ନାରୀ ସମାନ ବୋଲି ବୁଝି ସାରିଛି ବୋଲି କହିଛନ୍ତି ଆୟୁଷ୍ମାନ ।

ସମ୍ବନ୍ଧିତ ଖବର