ନୂଆଦିଲ୍ଲୀ: ୩ଫୁଟର ଅବଦୁ ରୋଜିକ ନିଜ ଦୁଃଖ ବଖାଣି କହିଛନ୍ତି, ‘ଏମିତି ଏକ ସମୟ ଥିଲା ଲୋକେ ଭିକାରି ଭାବି ମୋ ଉପରକୁ ଟଙ୍କା ଫିଙ୍ଗୁଥିଲେ।’
‘ବିଗ ବସ’ ସିଜନ ୧୬ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ୩ଫୁଟର ଅବଦୁ। ଏହି ସୋ’ ଜରିଆରେ ସମଗ୍ର ଦେଶରେ ସେ ଲୋକପ୍ରିୟତା ହାସଲ କରିଥିଲେ। ଏବେ ଅବଦୁ ରୋଜିକ କୋଟିକୋଟି ଟଙ୍କାର ମାଲିକ ଥିବା ବେଳେ ସେ ବିଳାସମୟ ଜୀବନ ଅତିବାହିତ କରୁଛନ୍ତି। ଏମିତି କି ସଲମାନ ବି ତାଙ୍କର ଜଣେ ବଡ଼ ଫ୍ୟାନ ରହିଛନ୍ତି।
ତେବେ ଏଭଳି ସୁଖ ଓ ବିଳାସମୟ ଜୀବନ ଅବଦୁ ରୋଜିକଙ୍କୁ ସହଜରେ ମିଳି ନାହିଁ। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବା ସହିତ ଲୋକଙ୍କ ଠାରୁ ଟାହିଟାପରା ବି ଶୁଣିବାକୁ ମିଳିଛି।
ଅବଦୁ ପ୍ରଥମେ ମାର୍କେଟ ଓ ରାସ୍ତାରେ ଗୀତ ଗାଉଥିଲେ। ତାଙ୍କର ଉଚ୍ଚତା କମ ଥିବା ହେତୁ ଅନେକ ଲୋକ ତାଙ୍କୁ ଥଟ୍ଟା କରିବା ସହିତ ଭିକାରି ଭାବି ଟଙ୍କା ପିଙ୍ଗି ଚାଲି ଯାଉଥିଲେ। ଆଉ ଏମିତି ବି ସ୍ଥାନ ଅଛି ଗୀତ ଗାଉଥିବା ବେଳେ ଲୋକେ ତାଙ୍କୁ ଉକ୍ତ ସ୍ଥାନରୁ ତଡ଼ି ମଧ୍ୟ ଦେଇଥିଲେ।
/sambad/media/post_attachments/979aa2986bff700f127154b4b0e57537c8c15d0396d0f55bbca6baf359a0e4b6.jpg)
ଏମିତି କି ଛୋଟ ଉଚ୍ଚତା ପାଇଁ ସେ ସ୍କୁଲ ପାଠପଢ଼ା ବନ୍ଦ କରି ଦେଇଥିଲେ। କାରଣ ଉଚ୍ଚତାକୁ ନେଇ ତାଙ୍କ ସହପାଠୀମାନେ ଚିଡ଼ାଉ ଥିଲେ, କେହି ସାଙ୍ଗ ହେଉ ନଥିଲେ। ଏହି କାରଣରୁ ତାଙ୍କୁ ଏକାଏକା ଲାଗୁଥିଲା।
ଏଥିସହିତ ଅବଦୁ କହିଛନ୍ତି, ‘ ଏସବୁକୁ ଖାତିର ନକରି ସେ ଆଗକୁ ବଢ଼ିଥିଲେ। ଆଉ ଆଜି ସମସ୍ତେ ତାଙ୍କ ସଫଳତାକୁ ଦେଖୁଛନ୍ତି। କିଛିଲୋକ ତାଙ୍କ ସଂଘର୍ଷମୟ ଜୀବନ ଠାରୁ ଆରମ୍ଭ କରି ସଫଳତା ଯାତ୍ରାକୁ ନେଇ କିଛି ପ୍ରେରଣା ପାଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Presentation1-2.jpg)