ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ଦେଶର ସମସ୍ତ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ରଖନ୍ତି। ଏଥିପାଇଁ ସେ ବିବାଦରେ ମଧ୍ୟ ଛନ୍ଦି ହୁଅନ୍ତି। କିଛି ଦିନ ତଳେ ସେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଟାର୍ଗେଟ କରି ଟ୍ରୋଲ୍ ହୋଇଥିଲେ। ଏବେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। 

Advertisment

ଅଭିଜିତ ଭଟ୍ଟାଚାର୍ଯ୍ୟ ନିଉଜ୍ ଏଜେନ୍ସି ଏଏନଆଇର ପୋଡକାଷ୍ଟରେ ଅଂଶଗ୍ରହଣ କରିଥିଲେ। ଯେଉଁଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ବଲିଉଡ୍ ଇଣ୍ଡଷ୍ଟ୍ରି ବିଷୟରେ ଖୋଲାଖୋଲି କଥା ହୋଇଥିଲେ। ଏହି ସମୟରେ ସେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା କୁହାଯିବା ନେଇ ଆପତ୍ତି କରିଥିଲେ।

ସେ କହିଥିଲେ ଯେ, ଆପଣମାନେ ତାଙ୍କୁ ଜାତିର ପିତା ବୋଲି କହୁଛନ୍ତି। କିନ୍ତୁ ଆମେ କିପରି ଏପରି ଜଣଙ୍କୁ ଆମର ପିତା ବୋଲି ମାନିପାରିବା। ଗାନ୍ଧୀଜୀ ଏକ ରାଷ୍ଟ୍ର ତିଆରି କରିଥିଲେ ଏବଂ ତାହା ଥିଲା ପାକିସ୍ତାନ। ଇନ୍ଦିରା ଗାନ୍ଧୀ ବାଂଲାଦେଶ ତିଆରି କରିଥିଲେ। ମୁଁ ମହାତ୍ମା ଗାନ୍ଧୀଙ୍କ ଅପେକ୍ଷା ଇନ୍ଦିରାଜୀଙ୍କୁ ଅଧିକ ସମ୍ମାନ କରେ। ସେ କିପରି ଭାରତର ଜାତିର ପିତା ହୋଇପାରିବେ? କାରଣ ଭାରତର ପୂର୍ବରୁ ଅସ୍ତିତ୍ୱ ଥିଲା। ସେ ଭାରତ ସୃଷ୍ଟି କରିନଥିଲେ। ସେ ପାକିସ୍ତାନ ସୃଷ୍ଟି କରିଛନ୍ତି। ସେ କହିଯାଇଛନ୍ତି ଯେ, ଯଦି କେହି ତୁମର ଗୋଟିଏ ଗାଲରେ ଚାପୁଡ଼ା ମାରିବ ତେବେ ତୁମେ ଅନ୍ୟ ଗାଲ ଦେଖାଇ ଦେବ। ଯଦି କେହି ଆମ ବାପାଙ୍କୁ ମାରିବ, ତେବେ ଆମେ କେମିତି ବାପାଙ୍କ ତାଙ୍କର ଆଉ ଗୋଟେ ଗାଲ ଦେଖାଇବାକୁ କହିବୁ। ଏଭଳି ହୁଏ ନାହିଁ।