ରୀୟାଙ୍କ ସହ ଆସୁଛନ୍ତି ‘ମୂଷା ମୋର ରଜନୀକାନ୍ତ’ର ନାୟକ

ଭୁବନେଶ୍ବର: ପ୍ରାୟ ଦୁଇମାସ ତଳେ ଏକ ଚାନେଲରେ ପ୍ରଦର୍ଶିତ ହୋଇଥିବା ଫିଲ୍ମ ‘ମୂଷା ମୋର ରଜନୀକାନ୍ତ’ ସିନେମା ଜରିଆରେ ନାୟକ ଭାବେ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ ଅଭିଜିତ୍। ଏବେ ପୁଣି ଏକ ସିନେମାରେ ଆସୁଛନ୍ତି ଅଭିଜିତ୍। ‘ମୂଷା ମୋର ରଜନୀକାନ୍ତ’ର ନିର୍ଦେଶନା  ଦେଇଥିଲେ ଓଲିଉଡର ଓଣ୍ଡରବୟ ସଞ୍ଜୟ ନାୟକ। ଏଥିରେ ଦର୍ଶକ ଅଭିଜିତଙ୍କୁ ଦର୍ଶକ ଖୁବ୍ ପସନ୍ଦ ବି କରିଥିଲେ। ଏହି ସିନେମାରେ ଅଭିଜିତଙ୍କ ନାୟିକା ସାଜିଥିଲେ ଲିପିକା ସେନାପତି।


ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ନୂଆ ଚଳଚ୍ଚିତ୍ର ‘ତୋ ଫ୍ୟାମିଲି, ମୋ ଫ୍ୟାମିଲି’ରେ ଅଭିଜିତଙ୍କୁ ଜଣାଶୁଣା ନାୟିକା ରୀୟା ଦେଙ୍କ ସହ ଦେଖିବାକୁ ମିଳିବ। ଆଗରୁ ‘ଫେରିଆ ମୋ ସୁନାଭଉଣୀ’ ଭଳି ସିନେମାର ନିର୍ଦେଶନା ଦେଇଥିବା ରଞ୍ଜିତ ମହାନ୍ତି ଏହି ଚଳଚ୍ଚିତ୍ରର ନିର୍ଦେଶନା ଦାୟିତ୍ବରେ ଅଛନ୍ତି। ଏହାର କାହାଣୀ ଓ ସଙ୍ଗୀତ ନିର୍ଦେଶନା ଦାୟିତ୍ବରେ ଅଛନ୍ତି ମଳୟ ମିଶ୍ର। ହର ବାରିକ ଏହାର ସଂଳାପକାର।

image source-twitter

ସୁଧାକର ବସନ୍ତଙ୍କ ନିର୍ଦେଶିତ ‘ପ୍ରେମ ଅଢେଇ ଅକ୍ଷର’ରୁ ଓଲିଉଡର ଲୋକପ୍ରିୟ ନାୟିକା ରୀୟା ଦେ ନାୟିକା ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ବନିଥିଲେ ବାବୁସାନ୍। ଏହାପରେ ସେ ସିଦ୍ଧାନ୍ତ, ସବ୍ୟସାଚୀ, ଅରିନ୍ଦମ, ଆକାଶ, ଅମ୍ଳାନ, ସମ୍ବିତ ଓ ଜ୍ୟୋତି ପ୍ରମୁଖ ଜଣାଶୁଣା ନାୟକଙ୍କ ବିପକ୍ଷରେ ବିଭିନ୍ନ ସିନେମାରେ ନଜର ଆସିଛନ୍ତି। ହେଲେ ପ୍ରଥମ ଥର ଲାଗି ପରଦାକୁ ଆସୁଥିବା ଅଭିଜିତ୍-ରୀୟାଙ୍କ ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର