କରୋନା ନେଇଗଲା ଲୋକପ୍ରିୟ ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ ଜୀବନ

ମୁମ୍ବାଇ: ମରାଠୀ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲର ଜଣାଶୁଣା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଯାଇଛି | ଅଭିଳାଷା ପାଟିଲ କରୋନାରେ ସଂକ୍ରମିତ ହେବା ପରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଯାଇଛି | ମୁଖ୍ୟତଃ ମରାଠୀ ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରିରୁ ଆସିଥିବା ଅଭିନେତ୍ରୀ ଅଭିଳାଷା ପାଟିଲ ବଲିଉଡର ଅନେକ ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ | ସେ ‘ବଦ୍ରିନାଥ କି ଦୁଲହନିଆ’, ‘ଛିଛୋରେ’, ‘ଗୁଡ଼ ନ୍ୟୁଜ’, ‘ମଲାଲ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।

ଗତ କିଛି ଦିନ ହେବ ଅଭିଳାଷା ଉତ୍ତରପ୍ରଦେଶର ବନାରସ ରେ ଏକ ୱେବ୍ ସୋ ସୁଟିଂ କରୁଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେ ମୁମ୍ବାଇ ଫେରିଥିଲେ। ମୁମ୍ବାଇ ଆସିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା | ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡି ଯାଇଥିଲା।

ଆଉ ଶେଷରେ ତାଙ୍କର ଦେହାନ୍ତ ହୋଇଯାଇଛି | ଅଭିଳାଷା ‘ବାଇ କୋ ଦିଟା କାୟା ବାୟ’, ‘ତେ ଆଠ ଦିବସ’, ‘ପ୍ରବାସ୍’ ପରି ଅନେକ ଲୋକପ୍ରିୟ ମରାଠୀ ଚଳଚ୍ଚିତ୍ରରେ କାମ କରିଥିଲେ। ‘ବାପମାନୁସ୍’ ତାଙ୍କର ସବୁଠାରୁ ଲୋକପ୍ରିୟ ମରାଠୀ ସିରିଏଲ୍ ମଧ୍ୟରୁ ଅନ୍ୟତମ | ଅନେକ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ସେ ଡିସ୍ନି ହଟଷ୍ଟାରର ୱେବ୍ ସୋ ‘କ୍ରାଇମବ୍ରାଞ୍ଚ’ ର ଦ୍ୱିତୀୟ ସିଜନରେ ମଧ୍ୟ କାମ କରିଥିଲେ |

ସମ୍ବନ୍ଧିତ ଖବର