ସୁଟିଂ ଚାଲିଥିବା ବେଳେ ବିବାଦରେ ଫସିଲା ଅଭିଷେକ ବଚ୍ଚନଙ୍କ ନୂଆ ସିନେମା ‘ବବ୍ ବିଶ୍ୱାସ’

କୋଲକାତା: କିଛି ଦିନ ବ୍ୟବଧାନ ପରେ ଅଭିଷେକ ବଚ୍ଚନ ଏକ ନୂଆ ସିନେମାରେ ଅଭିନୟ କରିବା ଲାଗି ସୁଯୋଗ ପାଇଛନ୍ତି। ହେଲେ ଏବେ ତାଙ୍କର ସେହି ଫିଲ୍ମ ବିବାଦରେ ଫସିଯାଇଛି। ଏହି ସିନେମାର ଟାଇଟଲ୍ ହେଲା ‘ବବ୍ ବିଶ୍ୱାସ’।

ଏହି ଫିଲ୍ମଟି ଏନଜିଟିର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବିବାଦ ଘେରରେ ରହିଥିବା କୁହାଯାଉଛି । କଲିକତାର ରବୀନ୍ଦ୍ର ସରୋବରରେ ନାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ନିର୍ଦ୍ଧାରିତ ନିୟମଗୁଡ଼ିକୁ ପାଳନ ନ କରି ସୁଟିଂ ଜାରି ରହିଥିବା ବେଳେ ‘ବବ୍ ବିଶ୍ୱାସ’ ଏଭଳି ବିବାଦ ଘେରରେ ଛନ୍ଦି ହୋଇଯାଇଛି। ଖାଲି ସେତିକି ନୁହେଁ, ‘ବବ୍ ବିଶ୍ୱାସ’ର ସୁଟିଂ ଟିମ୍ ରବୀନ୍ଦ୍ର ସରୋବରରେ ଖାଦ୍ୟ ପକାଇବା ଏବଂ ପ୍ଳାଷ୍ଟିକ୍ ଉପଯୋଗ କରିବା ଅଭିଯୋଗ ବି ହୋଇଛି। ତେବେ ଫିଲ୍ମର ସଦସ୍ୟମାନେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେମାନେ ଏନଜିଟିର ଦ୍ୱାରା ନିର୍ଦ୍ଧାରିତ କୌଣସି ନିୟମର ଉଲ୍ଲଂଘନ କରି ନ ଥିବା କଲିକତା ମେଟ୍ରୋପଲିଟାନ ଡେଭ୍ଲପମେଣ୍ଟ୍ ଅଥରିଟିର ସିଇଓ ଅନ୍ତରା ଆଚାର୍ଯ୍ୟ କହିଛନ୍ତି।

image source-india tv

ସୂଚନାଯୋଗ୍ୟ, ‘ବବ୍ ବିଶ୍ୱାସ’ର ସୁଟିଂ କୋଲକାତାରେ ଜାରି ରହିଛି। ଏସଂପର୍କରେ ଗତ ମାସ ୨୪ ତାରିଖରେ ଅଭିଷେକ ନିଜେ ସୂଚନା ଦେଇଥିଲେ। ଏଥିରେ ଜୁନିଅର୍ ବଚ୍ଚନ ଏହି ସିରିଏଲ୍ କିଲର ବବ୍ ବିଶ୍ୱାସଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି। ଶାହରୁଖ୍ ଖାନ୍ ଏହାର ପ୍ରଯୋଜନା କରୁଛନ୍ତି। ଏହି ନାମକରଣ ହୋଇ ନ ଥିବା ହିନ୍ଦୀ ସିନେମାର ନିର୍ଦେଶନା ଦେଉଛନ୍ତି ସୁଜୟ ଘୋଷଙ୍କ ବଡ଼ ଝିଅ ଦୀୟା ଅନ୍ନପୂର୍ଣ୍ଣା ଘୋଷ। ସେ ନିର୍ଦେଶିକା ଭାବେ ବଲିଉଡରେ ଏହି ଫିଲ୍ମ ଜରିଆରେ ପାଦ ଥାପିଛନ୍ତି। କିଛି ବର୍ଷ ପାଇଁ ବଲିଉଡରୁ ଦୂରେଇ ଯାଇଥିବା ଚିତ୍ରାଙ୍ଗଦା ସିଂହଙ୍କୁ ‘ବବ୍ ବିଶ୍ୱାସ’ରେ ଅଭିଷେକଙ୍କ ନାୟିକା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ସମ୍ବନ୍ଧିତ ଖବର