ସ୍ୱାମୀଙ୍କ ସହ କେଉଁ ବିଷୟରେ ବେଶି ଯୁକ୍ତି ହୁଏ ନୀଳନୟନାଙ୍କର?

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ଇତି ମଧ୍ୟରେ ୧୨ ବର୍ଷ ହୋଇଗଲାଣି। ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ପ୍ରେମୀ ଯୁଗଳଙ୍କର ଆରାଧ୍ୟା ନାମରେ ଏକ ଝିଅ ମଧ୍ୟ ଅଛି। ତେବେ, ବଲିଉଡ୍‌ରେ ଏ ଦୁହେଁ ଆଦର୍ଶ ଦମ୍ପତି ବୋଲି କହିଲେ ଭୁଲ୍‌ ହେବ ନାହିଁ।

ଅନେକ ସମୟରେ ନୀଳନୟନାଙ୍କୁ ସ୍ୱାମୀଙ୍କ ବିଷୟରେ ପଚାରଗଳେ ସେ ଖୋଲାଖୋଲି ଉତ୍ତର ଦେଇଥାନ୍ତି। ନିକଟରେ ତାଙ୍କୁ ଏକ ସାକ୍ଷାତ୍‌କାରରେ ପଚରା ଯାଇଥିଲା କି, କେଉଁ ବିଷୟରେ ସ୍ୱାମୀ ଅଭିଷେକ ଓ ଆପଣଙ୍କ ମଧ୍ୟରେ ବିଶେଷ ଯୁକ୍ତି ତର୍କ ହୋଇଥାଏ। ଏହାର ଉତ୍ତର ଅତ୍ୟନ୍ତ କୌଶଳତାର ସହ ଦେଇଛନ୍ତି ନୀଳନୟନା।

ସେ କହିଛନ୍ତି କି ‘ଯୁକ୍ତିତର୍କ ଓ ଆଲୋଚନା ମଧ୍ୟରେ ଏକ ପତଳା ଗାରଟିଏ ରହିଛି। ଆମ ଭିତରେ କେବେ ଯୁକ୍ତିତର୍କ ହୁଏ ନାହିଁ। ଅନେକ ସମୟରେ ଆମେ ଆଲୋଚନା କରୁ।’

ଅଭି-ଐଶ୍‌ ସାଥୀ ହୋଇ ‘ରାବଣ’, ‘କୁଛ୍‌ ନା କହୋ’, ‘ଗୁରୁ’ ପରି ଲୋକପ୍ରିୟ ଚଳଚ୍ଚିତ୍ରରେ ପରସ୍ପରଙ୍କ ସହ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର