ମା’ ବବିତା କପୁରଙ୍କ ଏହି ସର୍ତ୍ତ ପାଇଁ ଭାଙ୍ଗି ଯାଇଥିଲା କରିସ୍ମା-ଅଭିଷେକ ବଚ୍ଚନଙ୍କ ସଂପର୍କ

ମୁମ୍ବାଇ: ଆଜିଠୁ କିଛି ବର୍ଷ ତଳେ ଏକ ବଲିଉଡ୍‌ ଯୋଡ଼ିଙ୍କ ପ୍ରେମ କାହାଣୀ ଖୁବ୍‌ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଦୁହେଁ ଜୀବନସାଥୀ ହେବା ପୂର୍ବରୁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଯାହା ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଥିଲା । ସେ ସମୟରେ ଦୁହିଁଙ୍କ ଅଲଗା ହେବାକୁ ନେଇ ଅନେକ କାରଣ ସାମ୍ନାକୁ ଆସିଥିବା ବେଳେ ଏବେ ଦୁହିଁଙ୍କ ଅଲଗା ହେବା ପଛରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି । ଆଜି ଆମେ ଯେଉଁ ଯୋଡ଼ି ବିଷୟରେ କହୁଛୁ, ସେ ହେଉଛନ୍ତି ଅଭିନେତ୍ରୀ କରିସ୍ମା କପୁର ଏବଂ ଅଭିନେତା ଅଭିଷେକ ବଚ୍ଚନ । ଏବେ ଦୁହିଁଙ୍କ ଅଲଗା ହେବା ପଛର କାରଣ ସାମ୍ନାକୁ ଆସିଛି । ଦୁହିଁଙ୍କ ଅଲଗା ହେବା ପଛରେ କରିସ୍ମାଙ୍କ ମା’ ବବିତା କପୁର ଥିଲେ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ସ୍ୱାମୀ ରଣଧୀର କପୁରଙ୍କଠାରୁ ଅଲଗା ହେବା ପରେ ବବିତା କପୁର ଅନେକ କଷ୍ଟରେ ନିଜର ଦୁଇ ଝିଅ କରୀନା କପୁର ଏବଂ କରୀସ୍ମା କପୁରଙ୍କୁ ପାଳିଥିଲେ । ଟଙ୍କାର ଗୁରୁତ୍ୱ ସେ ବୁଝିଥିବା ବେଳେ ବିବାହ ପରେ ଦୁଇ ଝିଅଙ୍କ ଭବିଷ୍ୟତ ସୁରକ୍ଷିତ ରହୁ ବୋଲି ସେ ଆଶା କରିଥିଲେ ।

bollywoodshaadis.com

ଏ ମଧ୍ୟରେ କରିସ୍ମା ଏବଂ ଅଭିଷେକଙ୍କ ସଂପର୍କ ତାଙ୍କ ଆଗକୁ ଆସିବା ପରେ ସେ ଚିନ୍ତାରେ ପଡ଼ି ଯାଇଥିଲେ । କାରଣ କରିସ୍ମା ସେ ସମୟରେ ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଅଭିଷେକ ବଚ୍ଚନଙ୍କୁ ସେତେଟା ସଫଳତା ମିଳି ନଥିଲା । ସେ ସମୟରେ ବଚ୍ଚନ ପରିବାରରେ ମଧ୍ୟ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଯାଇଥିଲା । ଏ ସମୟରେ କରିସ୍ମାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କିଛି ସମ୍ପତ୍ତି ଅଭିଷେକଙ୍କ ନାଁରେ କରି ଦିଆଯାଉ ବୋଲି ଚାହୁଁଥିଲେ ବବିତା କପୁର । କିନ୍ତୁ ବିଗ୍‌ ବି ଅମିତାଭ ବଚ୍ଚନ ଏହି ସର୍ତ୍ତକୁ ଗ୍ରହଣ କରି ନଥିଲେ । ଯାହା ପରେ ଦୁହିଁଙ୍କ ସଂପର୍କ ଭାଙ୍ଗି ଯାଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର