ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଲୋକପ୍ରିୟ ଦମ୍ପତ୍ତିମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ବହୁତ ଦିନ ଧରି ଖବର ଆସୁଥିଲା ଯେ, ଉଭୟଙ୍କ ଛାଡପତ୍ର ହେବ। ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ତେଣୁ ଦୁହେଁ ଏକାଠି ନଜର ଆସୁନାହାନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନଥିଲା, ଯାହା ଚର୍ଚ୍ଚାକୁ ବଢ଼ାଇଥିଲା। ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ ବଚ୍ଚନ। 

Advertisment

ଏକ ସାକ୍ଷାତକାରରେ ଏନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, “ମୁଁ ଏକ ଖୁସିରେ ରହୁଥିବା ପରିବାରକୁ ସବୁଦିନ ଫେରୁଛି। ମୋ ପତ୍ନୀ ଐଶ୍ବର୍ଯ୍ୟା ଓ ମା’ ଜୟା ବଚ୍ଚନ କେବେ ବି ବାହାରର କୋଳାହଳକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଅନ୍ତିନି। ମୁଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ବଢ଼ିଛି, ତେଣୁ କେଉଁ କଥାକୁ ଗମ୍ଭୀରତାର ସହ ନେବା ଉଚିତ୍ ଏବଂ କେଉଁ କଥାକୁ ନୁହେଁ ତାହା ଭଲ ଭାବେ ଜାଣେ। ସୋସିଆଲ ମିଡିଆରେ ଘଟୁଥିବା ଘଟଣାଗୁଡ଼ିକ ଦ୍ୱାରା ମୁଁ ପ୍ରଭାବିତ ହୁଏ ନାହିଁ।"

ଉଲ୍ଲେଖଯୋଗ୍ୟ, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ପ୍ରେମ ଫିଲ୍ମ ଉମରାଓ ଜାନ୍ ସେଟରେ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ବହୁତ ପୂର୍ବରୁ ଅଭିଷେକ, ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଯେତେବେଳେ ଅଭିଷେକ ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଐଶ୍ୱର୍ଯ୍ୟାକୁ ଭେଟିଥିଲେ, ସେତେବେଳେ ଅଭିନେତ୍ରୀ ବବି ଦେଓଲଙ୍କ ସହ ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଔର ପ୍ୟାର ହୋ ଗୟାର ସୁଟିଂ କରୁଥିଲେ। ତା'ପରେ ଉମରାଓ ଜାନ, ଗୁରୁ ଏବଂ ଧୂମ-୨ର ସୁଟିଂ ସମୟରେ, ଏହି ଦମ୍ପତି ପରସ୍ପର ସହିତ ସମୟ ବିତାଇବାର ସୁଯୋଗ ପାଇଲେ ଏବଂ ଦୁହିଁଙ୍କ ସମ୍ପର୍କ ନିବିଡ଼ ହେଲା। 'ଗୁରୁ'ର ପ୍ରିମିୟର ସମୟରେ ଅଭିଷେକ, ଐଶ୍ୱର୍ଯ୍ୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପରେ  ସେ ହଁ କହିଥିଲେ। ଏହା ପରେ ୨୦ ଏପ୍ରିଲ୍ ୨୦୦୭ରେ, ଏହି ଦମ୍ପତି ବିବାହ କରିଥିଲେ। ନିକଟରେ ହୋଇଥିବା‌ ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ବିବାହରେ ଅଲଗା ଅଲଗା ପହଞ୍ଚିବା ପରେ ଦୁହିଁଙ୍କର ଛାଡ଼ପତ୍ର ଚର୍ଚ୍ଚା ଆରମ୍ଭ ହୋଇଥିଲା।