ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନନ୍ତ ଅମ୍ବାନୀଙ୍କ ବିବାହ ପରେ, ପ୍ୟାରିସ ଅଲିମ୍ପିକ୍ସର ଫଟୋ ସାମ୍ନାକୁ ଆସିଥିଲା | ଫଟୋରେ ଅଭିଷେକ ଏକାକୀ ନଜର ଆସୁଥିଲେ| ଗତ କିଛି ମାସ ହେବ ଦୁହେଁ ସମାନ ସ୍ଥାନକୁ ଅଲଗା ଅଲଗା ଯାଉଥିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଥିଲା।

Advertisment

ସର୍ବସାଧାରଣରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଏକାଠି ଦେଖାଯାଉନଥିବାରୁ  ଦୁହେଁ ଖୁବଶୀଘ୍ର ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଥିଲା | ଏମଧ୍ୟରେ ଅଭିଷେକଙ୍କ ଏକ ଭାଇରାଲ ଭିଡିଓ ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଏହି ଭିଡିଓରେ ଅଭିଷେକ କହୁଥିଲେ ଯେ, ସେ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ର ନେଉଛନ୍ତି।

ତେବେ ଭିଡିଓଟି ନକଲି ବୋଲି ଜଣାପଡ଼ିଥିବା ବେଳେ ଏବେ ଛାଡ଼ପତ୍ର ଚର୍ଚ୍ଚାକୁ ନେଇ ଅଭି‌ଷେକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ନିଜ ବିବାହ ସମୟର ମୁଦି ଦେଖାଇ ଏବେ ବି ବିବାହିତ ଥିବା କହିଛନ୍ତି। ଏକ ସାକ୍ଷାତକାରରେ ତାଙ୍କୁ ଛାଡ଼ପତ୍ର ଚର୍ଚ୍ଚା ଉପରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, “ ହେଉଥିବା ଚର୍ଚ୍ଚାକୁ ନେଇ ମୋର କିଛି କହିବାର ନାହିଁ। ଦୁଃଖର ବିଷୟ ହେଲା, ତୁମେ ମାନେ ସମସ୍ତେ ଏହି ଚର୍ଚ୍ଚାକୁ ସୀମା ବାହାରକୁ ବଢ଼ାଇ ଦେଇଛ। ମୁଁ ବୁଝିପାରୁଛି ତୁମେ କାହିଁକି ଏଭଳି କରୁଛ। ତୁମକୁ ବି କାମ କରୁଥିବା ସଂସ୍ଥା ପାଇଁ କିଛି କାହାଣୀ ଲେଖିବାକୁ ପଡୁଛି। ଆମେ ସେଲିବ୍ରିଟି, ଆମକୁ ଏସବୁ ସହିବାକୁ ହେବ।”