ମୁମ୍ବାଇ: ବଲିଉଡ୍ର ସେଲିବ୍ରେଟିମାନଙ୍କ ପାଇଁ ଗତ ସପ୍ତାହ ଏକ ଉତ୍ସବମୟ ସପ୍ତା ଥିଲା। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ବ୍ୟବସାୟ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି। ମୁକେଶଙ୍କ ଏହି ଗ୍ରାଣ୍ଡ୍ େଓ୍ଵଡିଂ ଉତ୍ସବରେ ବଲିଉଡ୍ ତାରକାମାନେ ଦେଖିବାକୁ ମିଳିଥିଲେ। ଉଦୟପୁରରେ ଈଶାଙ୍କ ସଂଗୀତ ଓ ମେହେନ୍ଦୀ ଉତ୍ସବରେ ଶାହାରୁଖ ଖାନ, ଆମୀର ଖାନ, ସଲମାନ ଖାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କରିସ୍ମା କପୁର୍, ଅଭିଷେକ ବଚ୍ଚନ ଓ କ୍ୟାଟ୍ରିନା କୈଫ୍ ପ୍ରମୁଖ ଉପସ୍ଥିତ ରହି ମଞ୍ଚପରେ ନୃତ୍ୟ ପ୍ରଦର୍ଶନ କରିଥିଲେ।
ତେବେ, ଏହା ତ ଥିଲା ପ୍ରି-େଓ୍ଵଡିଂର କଥା। ଈଶାଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା ମୁମ୍ବାଇରେ ଥିବା ଅମ୍ବାନୀଙ୍କ ବାସଭବନ ‘ଆଣ୍ଟେଲିଆ’ଠାରେ। ଏଠାରେ ମଧ୍ୟ ଦେଖିବାକୁ ମିଳିଥିଲେ ବଲିଉଡ୍ର ରଥୀମହାରଥୀ। ସେମାନଙ୍କ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ, ଶାହାରୁଖ ଖାନ, ଆମୀର ଖାନ, ସଲମାନ ଖାନ, ଏଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ସୈଫ୍ଅଲ୍ଲୀ ଖାନ, କରୀନା କପୁର, ଆଲିଆ ଭଟ୍ଟ, ସୋନମ କପୁର ଓ ଜାହ୍ନବୀ କପୁର ପ୍ରମୁଖ।
Why were Amir Khan and Amitabh Bachchan serving food in Ambani wedding?
— Prerna (@Iam_Prerna) 15 December 2018
It is a tradition called "sajjan ghot". The brides family feeds the grooms family.
— Abhishek Bachchan (@juniorbachchan) 16 December 2018
ତେବେ ଈଶାଙ୍କ ବିବାହ ଉତ୍ସବରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦେଖିବାକୁ ମିଳିଥିଲା ଯେ ଅମିତାଭ ବଚ୍ଚନ ଓ ଆମୀର ଖାନ ଉତ୍ସବରେ ଅତିଥିମାନଙ୍କୁ ଖାଦ୍ୟ ପରଷୁଛନ୍ତି। ଏପରି ଦେଖିବା ପରେ ଟୁଇଟର୍ରେ ଜେଣେ ବ୍ୟବାହାରକାରୀ ପ୍ରଶ୍ନ କରିଥିଲେ କି ‘କାହିଁକି ଅମିତାଭ ଓ ଆମୀର ଖାଦ୍ୟ ପରଷୁଛନ୍ତି।’ ବ୍ୟବହାରକାରୀଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅମିତାଭଙ୍କ ପୁଅ ଅଭିଷେକ। ସେ କହିଛନ୍ତି କି ‘ଏକ ପରମ୍ପରା ଅଛି। ତାହାକୁ କୁହାଯାଏ ‘ସାଜନ ଘୋଟ’। ଏହି ପରମ୍ପରା ଅନୁଯାୟୀ କନ୍ୟା ପକ୍ଷ ଲୋକ ବର ପକ୍ଷର ଲୋକଙ୍କୁ ଖାଦ୍ୟ ଖୁଆଇ ଥାଆନ୍ତି।’