ଐଶ୍ୱର୍ଯ୍ୟା ସାଙ୍ଗରେ ଥିବାରୁ କରିସ୍ମାଙ୍କୁ ସାମ୍ନାରେ ଦେଖି ଏଭଳି ବ୍ୟବହାର କଲେ ଅଭିଷେକ,ଭଉଣୀ ଶ୍ୱେତାଙ୍କୁ ଆସି ସମ୍ଭାଳିବାକୁ ପଡ଼ିଲା ପରିସ୍ଥିତି

ମୁମ୍ବାଇ : ବଲିଉଡ୍‌ରେ ଯେଭଳି ଦବଙ୍ଗ ସଲ୍‌ମାନ ଖାନ୍‌ ଏବଂ ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ପ୍ରେମ ସଂପର୍କରେ ବିଚ୍ଛେଦ ଚର୍ଚ୍ଚାରେ ରହିଥିଲା ସେହିଭଳି ଅଭିନେତ୍ରୀ କରିସ୍ମା କପୁର ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ନିର୍ବନ୍ଧ ଭାଙ୍ଗିବାକୁ ନେଇ ମଧ୍ୟ ଖୁବ୍‌ ଜୋର ଚର୍ଚ୍ଚା ହୋଇଥିଲା । ନିର୍ବନ୍ଧ ଭାଙ୍ଗିବା ପରେ ଦୁହେଁ ପରସ୍ପରକୁ ଅଣଦେଖା କରିବା ଆରମ୍ଭ କରିଥିଲେ । କୌଣସି ଇଭେଣ୍ଟରେ ଦେଖା ହେଲେ ମଧ୍ୟ ନ ଦେଖିଲା ପରି ନିଜ ନିଜ ବାଟରେ ଚାଲି ଯାଉଥିଲେ । ଏବେ ଏତେ ଦିନର ବ୍ୟବଧାନ ପରେ ପୁଣି ସେଭଳି କିଛି ଦେଖିବାକୁ ମିଳିଛି ।

Bollywoodlife.com

ଗତ ଶନିବାର ଶ୍ୱେତା ବଚ୍ଚନଙ୍କ ଫ୍ୟାଶନ ବ୍ରାଣ୍ଡ mxsକୁ ଲଞ୍ଚ କରାଯାଇଥିଲା । ଏଥିରେ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ନଜର ଆସିଥିବା ବେଳେ କରିସ୍ମାଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ ଶ୍ୱେତା । କିନ୍ତୁ ଏଠାରେ ମଧ୍ୟ କରିସ୍ମାଙ୍କୁ ଦେଖି କୌଣସି ପ୍ରତିକ୍ରିୟା ରଖି ନଥିଲେ ଅଭିଷେକ । ଐଶ୍ୱର୍ଯ୍ୟାଙ୍କ ସହ ଫଟୋ ଉଠାଉଥିବା ବେଳେ କରିସ୍ମା ତାଙ୍କ ଆଗରେ ଠିଆ ହୋଇଥିବା ଦେଖି ଦୁହେଁ ସେଠାରୁ ଚାଲି ଯାଇଥିଲେ । ଏହା ଦେଖି ଶ୍ୱେତା ସେଠାକୁ ଆସି କରିସ୍ମାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ସହ ଫଟୋ ଉଠାଇଥିଲେ । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଏହି ଦୃଶ୍ୟକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ଲୋକେ । ନିଜ ଭାଉଜଙ୍କ ଅପେକ୍ଷା କରିସ୍ମାଙ୍କ ସହିତ ଶ୍ୱେତାଙ୍କର ଅଧିକ ଭଲ ସଂପର୍କ ରହିଛି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର