ଐଶ୍ୱର୍ଯ୍ୟା ଓ ଆରଧ୍ୟାଙ୍କୁ ଟ୍ରୋଲ କରାଯିବା ନେଇ ଅଭିଷେକ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ କେୟାରିଂ  ପ୍ୟାରେଣ୍ଟସ୍ ବୋଲି ମିଡିଆରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ଜେନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଦୁହେଁ ଆରଧ୍ୟାର ଖୁବ୍‌ ଯତ୍ନ ନେଇ ଥାଆନ୍ତି ବୋଲି ଦେଖିବାକୁ ମିଳିଥାଏ। ଐଶ୍ୱର୍ଯ୍ୟାଙ୍କୁ ତ ପ୍ରତ୍ୟେକ ସ୍ଥାନରେ ଆରଧ୍ୟାଙ୍କ ହାତ ଧରିଥିବାର ଦେଖିବାକୁ ମିଳିଥାଏ ଓ ଏଥିପାଇଁ ସେ ଅନେକ ଥର ଟ୍ରୋଲ ବି ହୋଇ ସାରିଛନ୍ତି।

ଏହାକୁ ନେଇ ଯେତେବେଳେ ଅଭିଷେକ ବଚ୍ଚନଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ, ମୁଁ ଯେତେବେଳେ ଆରଧ୍ୟାଙ୍କ ବୟସର ହୋଇଥିଲି, ସେତେବେଳେ ମିଡିଆ ଏତେ ସକ୍ରିୟ ନଥିଲା। କିନ୍ତୁ ଆଜିକାଲି ଏହା ବହୁତ ସକ୍ରିୟ ହୋଇଗଲାଣି।  ମୁଁ ଅନୁରୋଧ କରୁଛି ପିଲାଙ୍କୁ ଗଣମାଧ୍ୟମ ଏପରି ହଇରାଣ ନ କରନ୍ତୁ। ସେମାନେ ଖୁବ୍‌ କୋମଳ ତାଙ୍କୁ ସାଧାରଣ ପିଲାଙ୍କ ଭଳି ବଞ୍ଚିବାକୁ ଦିଅନ୍ତୁ। ଐଶ୍ୱର୍ଯ୍ୟା ଓ ମୋର ଉଭୟଙ୍କ ଏହି ଲାଇନକୁ ଆସିବାର ନିଜନିଜର ଇଚ୍ଛା ଥିଲା। କିନ୍ତୁ ଆରଧ୍ୟା ଏହାକୁ ପସନ୍ଦ କରୁଛି କି ନାହିଁ ତାହା ଆମେ ଜାଣି ନାହୁଁ।

ସମ୍ବନ୍ଧିତ ଖବର