ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ବୈବାହିକ ଜୀବନକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ଅଲଗା ହୋଇଯିବା ନେଇ ବିଭିନ୍ନ ପ୍ରକାର ଖବର ଗଣମାଧ୍ୟମରେ ଘୁରି ବୁଲୁଛି।
ଏଭଳି ଚର୍ଚ୍ଚା ମଧ୍ୟରେ ଅଭିଷେକ ବଚ୍ଚନ ଏକ ସାକ୍ଷାତକାରରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଥିବା ସମୟରେ ନିଜର ପ୍ରଶଂସକମାନଙ୍କୁ ଏକ ଅନୁରୋଧ କରିଛନ୍ତି।
ଅଭିଷେକ ଲୋକଙ୍କୁ ଅନୁରୋଧ କରି କହିଛନ୍ତି, ‘ଆପଣମାନେ ଦାୟାକରି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଗୁଜବ ଖବରକୁ ବିଶ୍ବାସ କରନ୍ତୁ ନାହିଁ। ଯେଉଁମାନେ ବି ବାସ୍ତବ ଘଟଣା କ’ଣ ତାହା ନଜାଣି ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କୁ ମୁଁ କହିଦେବାକୁ ଚାହିଁବି କି ପୂର୍ବରୁ ମୋତେ ଏସବୁ କିଛି ପ୍ରଭାବ ପକାଉ ନଥିଲା।କିନ୍ତୁ ଏବେ ମୋ ପରିବାର ଅଛି। ସମାଜରେ ସମ୍ମାନ ଅଛି।
ଯେଉଁମାନେ ଏପରି ନକାରାତ୍ମକତା ବିସ୍ତାର କରୁଛନ୍ତି ସେମାନଙ୍କୁ ସେମାନଙ୍କର ବିବେକ ବାଧା ଦେବା ଉଚିତ। ସମସ୍ତେ ଜାଣିଛନ୍ତି ସତ ଅପେକ୍ଷା ମିଛ ଖବର ଅଧିକ ବିକ୍ରି ହୋଇଥାଏ। ତା’ମାନେ ନୁହେଁ ଯେ ଜଣଙ୍କୁ କଷ୍ଟ ଦେଇ ତା’ ନାମରେ ମିଥ୍ୟା ଖବର ପ୍ରଚାର କରିବା।
କମ୍ପ୍ୟୁଟର ସ୍କ୍ରିନ୍ ପଛରେ ଗୁପ୍ତ ଭାବରେ ବସି ଖରାପ କଥା ଲେଖିବା ବହୁତ ସୁବିଧାଜନକ। ଆପଣ ଅନୁଭବ କରିବା ଉଚିତ ଯେ ଆପଣ ମିଛ ଲେଖା କାହାକୁ କେତେ ଆଘାତ ଦେଉଛି। ଯେଉଁ ବ୍ୟକ୍ତି ଇଣ୍ଟରନେଟରେ ଅପପ୍ରଚାର କରୁଛନ୍ତି ମୁଁ ସେମାନଙ୍କୁ ମୋ ସାମ୍ନାରେ ଆସି କହିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/30/nqwr-2025-06-30-19-43-00.jpg)