ବଲିଉଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଅଭିଷେକ ବାପାଙ୍କ ଏହି ଗୋଟିଏ ପରାମର୍ଶ ପାଇଁ ଅଟକି ଯାଇଥିଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଅଭିନୀତ ସିନେମା ‘ଦ ବିଗବୁଲ’ ନିକଟରେ ରିଲିଜ ହୋଇଛି। ଅଭିଷେକ ବଚ୍ଚନଙ୍କ କାମକୁ ଏହି ସିନେମାରେ ବହୁତ ପ୍ରଶଂସା କରାଯାଉଛି। ଅଭିଷେକ ନିଜ କ୍ୟାରିୟରକୁ ନେଇ ଆରଜେ ସିଦ୍ଧାର୍ଥ ଖାନାଙ୍କୁ ଏକ ସାକ୍ଷାତକାର ଦେଇଥିଲେ।

ଏହି ସାକ୍ଷାତକାରରେ ଅଭିଷେକ କହିଛନ୍ତି କି, ଗୋଟିଏ ପରେ ଗୋଟିଏ ସିନେମା ଅସଫଳ ହେବା ପରେ ମୁଁ ବଲିଉଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି।  କିନ୍ତୁ ଏଭଳି ପରିସ୍ଥିତିରେ ବାପା ଅମିତାଭ ବଚ୍ଚନଙ୍କ ଗୋଟିଏ ପରାମର୍ଶ ମୋତେ ବଲିଉଡ ଛାଡ଼ିବାରୁ ଅଟକାଇ ଦେଇଥିଲା।

ସିନେମା ‘ରିଫ୍ୟୁଜି’ର ରିଲିଜ୍ ପରେ ମୋର ଗୋଟିଏ ପରେ ଗୋଟିଏ ସିନେମା ଅସଫଳ ରହିଥିଲା। ମାଗାଜିନ ଆଦିରେ ଲେଖା ଯାଉଥିଲା ଯେ ମୋତେ ଅଭିନୟ ଆସେ ନାହିଁ। ମୋତେ ଲାଗିଥିଲା କି ସିନେମା ମୋ ଦ୍ବାରା ହୋଇପାରିବ ନାହିଁ। ତେଣୁ ମୋତେ ଏଥିରୁ ବିଦାୟ ନେଇଯିବା ଉଚିତ।

ଦିନେ ମୁଁ ଏ ସମ୍ପର୍କରେ ବାପାଙ୍କ ସହ ଆଲୋଚନା କରିଥିଲି। ମୋ କଥା ଶୁଣି ବାପା ଅମିତାଭ ବଚ୍ଚନ ପରାମର୍ଶ ଦେଇ କହିଥିଲେ କି, ଅନ୍ୟର କଥା ଶୁଣିଲେ କେବେ ହେଲେ ଆଗକୁ ବଢ଼ି ହୋଇ ନଥାଏ। ପ୍ରତ୍ୟେକ ଭୂମିକା ଗ୍ରହଣ କରାଯିବା ଉଚିତ ଏବଂ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍ ।’

ଏହା ପରେ ଅଭିଷେକ ନିଷ୍ପତ୍ତି ନେଇଥିଲେ ଯେ ସେ ଇଣ୍ଡଷ୍ଟ୍ରି ଛାଡିବେ ନାହିଁ ଏବଂ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପ୍ରତିଦିନ ଲଢିବେ।

ସମ୍ବନ୍ଧିତ ଖବର