ମୁମ୍ବାଇରେ ଏକ ଆପାର୍ଟମେଣ୍ଟକୁ ୪୫.୭୫ କୋଟି ଟଙ୍କାରେ ବିକ୍ରି କଲେ ଅଭିନେତା ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ମୁମ୍ବାଇରେ ଏକ ଆପାର୍ଟମେଣ୍ଟକୁ ୪୫.୭୫ କୋଟି ଟଙ୍କାରେ ବିକ୍ରି କଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ। ୭,୫୨୭ ବର୍ଗଫୁଟରେ ବ୍ୟାପିଥିବା ଏହି ହାଉସିଂ ୟୁନିଟ୍ ୱର୍ଲିରେ ଥିବା ଓବରୋଇ ୩୬୦ ୱେଷ୍ଟ୍ ପ୍ରୋଜେକ୍ଟର ୩୭ତମ ମହଲାରେ ଅବସ୍ଥିତ ବୋଲି ଡକ୍ୟୁମେଣ୍ଟରେ ଦର୍ଶାଯାଇଛି। ଅଗଷ୍ଟ ୧୦, ୨୦୨୧ ରେ ଆପାର୍ଟମେଣ୍ଟ ବିକ୍ରି ହୋଇଥିବା ଜଣାପଡ଼ିଛି।

ଚାରୋଟି କାର ପାର୍କିଂ ସହିତ ଆସୁଥିବା ଏହି ଆପାର୍ଟମେଣ୍ଟ ଅନୁରାଗ ଗୋୟଲ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଛି, ଯିଏ ୨.୨୮ କୋଟି ଟଙ୍କାର  ଷ୍ଟାମ୍ପ ଡ୍ୟୁଟି ଦେଇଥିବା ଜଣାପଡ଼ିଛି। ଅଭିଷେକ ବଚ୍ଚନ ୨୦୧୪ରେ ୪୧.୧୪ କୋଟିରେ ଏହି ଆପାର୍ଟମେଣ୍ଟ କିଣିଥିଲେ।

moneycontrol.com

‌ତେବେ ଆପାର୍ଟମେଣ୍ଟ ବିକ୍ରି ନେଇ ଅଭିଷେକ ବଚ୍ଚନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଅଭିଷେକଙ୍କ ବ୍ୟତୀତ ସେଠାରେ ଅଭିନେତା ଶାହିଦ କପୁର ଓ ଅକ୍ଷୟ କୁମାର ମଧ୍ୟ ଆପାର୍ଟମେଣ୍ଟ କିଣିଛନ୍ତି। ଏହା ସହ ରାନୀ ମୁଖାର୍ଜୀ ଏବଂ ଦିଶା ପାଟାନି ମଧ୍ୟ ଖର ୱେଷ୍ଟରେ ସମୁଦ୍ର ମୁହାଁ ଘର କିଣିଛନ୍ତି। ରାନୀ ମୁଖାର୍ଜୀ ତାଙ୍କ ଘର ପାଇଁ ୭.୧୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଦିଶା ପଟାନି ନିଜ ଘରକୁ ୫.୯୫ କୋଟିରେ କିଣିଛନ୍ତି।

 

ସମ୍ବନ୍ଧିତ ଖବର