ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏଭଳି ସମୟରେ ଏବେ ଅଭିଷେକ ଐଶ୍ବର୍ଯ୍ୟ‌ା ଦେଇଥିବା ମୁଦି ଅଙ୍ଗୁଠିରେ ପିନ୍ଧିନଥିବା ଦେଖିବାକୁ ମିଳିଛି।

Advertisment

ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ଆଙ୍ଗୁଠିରେ ବିବାହ ମୁଦି ଦିଶୁନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଛାଡ଼ପତ୍ର ଚର୍ଚ୍ଚା ଆରମ୍ଭ ହୋଇଛି।

ଦୁହିଁଙ୍କ ବିବାହକୁ ୧୭ବର୍ଷ ବିତିସାରିଥିବା ବେଳେ ଦୁହେଁ ଏକ କନ୍ୟା ସନ୍ତାନର ମାତାପିତା ଅଟନ୍ତି। ଗତ କିଛି ହେବ ଦୁହେଁ ସାଥୀରେ ନଜର ଆସୁନଥିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। 

କିଛି ଦିନ ତଳେ ଐଶ୍ବର୍ଯ୍ୟାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କହିଥିଲେ,ଆମେ ଦୁହେଁ ବହୁତ ଦୃଢ଼ ଏବଂ ନିଜ ମତାମତ ନିର୍ଭୟରେ ରଖୁଥିବା ବ୍ୟକ୍ତିତ୍ୱ। ତେଣୁ ଆମେ ଏବେ ଯୁକ୍ତି ଏବଂ ଆଲୋଚନା ମଧ୍ୟରେ ପାର୍ଥକ୍ୟ ଶିଖୁଛୁ। କୌଣସି ବିଷୟରେ ଆମେ ଆଲୋଚନା କରୁଥିବା ବେଳେ ଏହା ଯୁକ୍ତି କଲାଭଳି ଲାଗେ। କିନ୍ତୁ ପ୍ରକୃତରେ ଆମେ ଆଲୋଚନା କରୁଥାଉ। ମୋର ଏବଂ ଅଭିଷେକଙ୍କ ଚିନ୍ତାଧାରାରେ ବହୁତ ପାର୍ଥକ୍ୟ ଅଛି। ଆମେ ଅନେକ ଜିନିଷ ବିଷୟରେ ଯୁକ୍ତି କରୁ। କିନ୍ତୁ ଅଭିଷେକ ସବୁଠୁ ଅଧିକ ଯୁକ୍ତି କରନ୍ତି ଏବଂ ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ। ଯେତେବେଳେ ସେ ଯୁକ୍ତି କରନ୍ତି, ମୋତେ ତାହା ଝଗଡ଼ା ଭଳି ଲାଗେ। ”

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/ips-officers-19-year-old-daughter-found-dead-at-lucknow-hostel-6943270

ଏ ଖବର ପଢ଼ନ୍ତୁ- https://sambad.in/sports/ms-dhoni-will-never-be-forgiven-yuvraj-singhs-father-yograjs-fierce-rant-6943200