ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଦମ୍ପତି ଏବଂ ବଚ୍ଚନ ପରିବାରର ପୁଅ ଏବଂ ବୋହୂ ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟଙ୍କ ସଂପର୍କରେ ତିକ୍ତତା ଖବର ବେଶ୍‌ କିଛି ମାସ ହେବ ଚର୍ଚ୍ଚାରେ ରହିଛି। ବିଶେଷ କରି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ଉତ୍ସବରେ ଐଶ୍ବର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କୁ ପରିବାର ସହ ଦେଖିବାକୁ ନମିଳି ଅଲଗା ଦେଖିବାକୁ ମିଳିବା ପରେ ଚର୍ଚ୍ଚା ଆହୁରି ବଢ଼ି ଯାଇଥିଲା। 

Advertisment

ଐଶ୍ବର୍ଯ୍ୟା ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଆଜିକାଲି ସୋସିଆଲ ମିଡିଆରେ ଅନେକ ଗୁଜବ ରହିଛି। ଉଭୟ ପ୍ରାୟ ୧୭ ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିବାରେ ବୋଲି ଅନୁମାନ ଲଗାଉଛନ୍ତି ପ୍ରଂଶସକ। ଏହାରି ମଧ୍ୟରେ ଅଭିନେତ୍ରୀ ନିମ୍ରତ କୌର୍‌ଙ୍କୁ ନେଇ ବି ଚର୍ଚ୍ଚା ଜୋର୍‌ ଧରିଛି।

ସୋସିଆଲ୍‌ ମିଡିଆରେ ଅନେକ ଦାବି କରୁଛନ୍ତି ଯେ ଅଭିଷେକ ନିମ୍ରତଙ୍କୁ ଡେଟ୍‌ କରୁଛନ୍ତି। ତେବେ ଅଭିଷେକ କିମ୍ବା ନିମ୍ରତ କିନ୍ତୁ ଏ ନେଇ କୌଣସି ସୂଚନା ଦେଇନାହାନ୍ତି। ବରଂ ଅଭିଷେକ ନିମ୍ରତଙ୍କ ସମ୍ମୁଖରେ ପତ୍ନୀଙ୍କର ପ୍ରଶଂସା କରିଛନ୍ତି।

ଏକ ସାକ୍ଷାତ୍‌କାରରେ ଯେତେବେଳେ ଅଭିଷେକଙ୍କୁ ଐଶ୍ବର୍ଯ୍ୟାଙ୍କ ବିଷୟରେ ପଚରାଗଲା ତ ସେ କହିଛନ୍ତି, ‘‘ଐଶ୍ବର୍ଯ୍ୟ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି; ବରଂ ଜଣେ ଭଲ ପତ୍ନୀ ମଧ୍ୟ।’’ ଅଭିଷେକଙ୍କ ଏହି ମନ୍ତବ୍ୟରେ ନିମ୍ରତ ବି ମୁଣ୍ଡ ହଲାଇ ସମର୍ଥନ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।