ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ ପି ଦତ୍ତାଙ୍କ ଆଗାମୀ ସିନେମା‘ପଲଟନ୍’ରୁ ଅଭିନେତା ଅଭିଷେକ ବଚ୍ଚନ ଓହରି ଯାଇଥିବା ଜଣାଯାଇଛି। ସେ ଏହି ସିନେମାର ସୁଟିଂ ଲଦାଖରେ ଆରମ୍ଭ ହେବାର ଠିକ୍ ୨୪ ଘଣ୍ଟା ପୂର୍ବରୁ ଜୁନିଅର୍ ବଚ୍ଚନଙ୍କ ଏଭଳି ନିଷ୍ପତ୍ତି ତାଙ୍କୁ ବିସ୍ମିତ କରିଛି ବୋଲି ଜେ ପି ଦତ୍ତାଙ୍କ କନ୍ୟା ନିଧି କହିଛନ୍ତି। ତେବେ ଏହାର କାରଣ ଜଣାପଡ଼ିନାହିଁ। କୁହାଯାଉଛି ଯେ ସେ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ଏଥିରୁ ଓହରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ‘ପଲଟନ୍’ରେ ଅର୍ଜୁନ୍ ରାମପାଲ୍,ପୁଲକିତ ସମ୍ରାଟ୍,ଗୁରମିତ ଚୌଧୁରୀ ,ଜ୍ୟାକି ଶ୍ରଫ୍ ,ସୁନୀଲ ସେଟ୍ଟୀ ଏବଂ ସୋନୁ ସୁଦ୍ ପ୍ରମୁଖ ଅଭିନୟ କରୁଛନ୍ତି।
‘ପଲଟନ୍’ରୁ ଓହରିଲେ ଅଭିଷେକ ବଚ୍ଚନ!
/sambad/media/post_attachments/wp-content/uploads/2017/09/abhisek.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)