Advertisment
ମନୋରଞ୍ଜନ

ଆରାଧ୍ୟାଙ୍କ ଜନ୍ମଦିନରେ ସାଥୀ‌‌ରେ ଥିଲେ ଅଭିଷେକ, ସାମ୍ନାକୁ ଆସିଲା ଭିଡିଓ

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କୁ ୧୩ବର୍ଷ ବୟସ ହୋଇଛି। ଐଶ୍ୱର୍ଯ୍ୟା ତାଙ୍କ ଜନ୍ମଦିନର ଫଟୋ ସେୟାର କରିଥିଲେ ଯେଉଁଥିରେ ଅଭିଷେକଙ୍କୁ ଦେଖାଯାଇ ନଥିଲା।

 ଆରାଧ୍ୟାଙ୍କ ଜନ୍ମଦିନରେ ସାଥୀ‌‌ରେ ଥିଲେ ଅଭିଷେକ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। କିଛି ଦିନ ତଳେ ଅଭି‌ଷେକ ଝିଅ ଆରାଧ୍ୟାକୁ ଜନ୍ମଦିନରେ ଶୁଭେଚ୍ଛା ନଦେଇ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲେ। ଆରାଧ୍ୟାଙ୍କ ଜନ୍ମଦିନରେ କେବଳ ଐଶ୍ବର୍ଯ୍ୟା ତାଙ୍କ ସହ ଜନ୍ମଦିନ ପାଳନ କରିଥିବା ଦେଖାଯାଇଥିଲା, ଯାହାର ଅନେକ ଫଟୋ ଭାଇରାଲ ହୋଇଥିଲେ। ହେଲେ ଅଭିଷେକ ଫଟୋରେ ନଜର ଆସିନଥିଲେ। 

Advertisment

ଆରାଧ୍ୟା ଓ ଐଶ୍ବର୍ଯ୍ୟାଙ୍କ ଦିବଂଗତ ବାପାଙ୍କ ଜନ୍ମଦିନ ଗୋଟାଏ ଦିନରେ ପଢ଼ୁଥିବାରୁ ‌ଅଭିନେତ୍ରୀ ଦୁହିଁଙ୍କୁ ଏକା ସାଙ୍ଗରେ ଜନ୍ମଦିନର ଶୁ‌ଭେଚ୍ଛା ଜଣାଇଥିଲେ। ତେବେ ଫଟୋରେ ଅଭିଷେକ ନଥିବାରୁ ସେ ଜନ୍ମଦିନରେ ଯୋଗ ଦେଇନଥିବା ନେଇ କୁହାଯାଉଥିଲା। ହେଲେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିଷେକ, ଆରାଧ୍ୟାଙ୍କ ଜନ୍ମଦିନରେ ଉପସ୍ଥିତ ଥିଲେ ବୋଲି ଦେଖିବାକୁ ମିଳିଛି।

ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରିଆସୁଥିବା ଜତିନ୍ ଭିମାନୀ ଏକ ଭିଡିଓ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଅଭିଷେକ ନଜର ଆସୁଛି। ଭିଡିଓରେ ଅଭିଷେକ କହୁଛନ୍ତି, "ଆପଣ ଆରାଧ୍ୟାଙ୍କ ଜନ୍ମଦିନ ୧୩ବର୍ଷ ହେଲାଣି ପାଳନ କରି ଆସୁଛନ୍ତି। ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଧନ୍ୟବାଦ। ପ୍ରତ୍ୟେକ ଥର ଆମ ଏବଂ ଆରାଧ୍ୟା ପାଇଁ ଏହାକୁ ସ୍ୱତନ୍ତ୍ର କରିଥିବାରୁ ଧନ୍ୟବାଦ ।"

Advertisment
ସବସ୍କ୍ରାଇବ କରନ୍ତୁ