କେବେ ବ୍ୟକ୍ତିଗତ ତ କେବେ ବୃତ୍ତିଗତ କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ। ନିକଟରେ ସେ ତାଙ୍କ ଦୁଇ ହାତରେ ପିନ୍ଧିଥିବା ଘଣ୍ଟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆପଣ ପୂର୍ବରୁ କେବେ କାହାକୁ ଦୁଇଟି ଯାକ ହାତରେ ଘଣ୍ଟା ପିନ୍ଧିବାର ଦେଖିଛନ୍ତି କି? ଏଭଳି ଏକ ଦୃଶ୍ୟ ଜୁନିଅର ବଚ୍ଚନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏକ ଭିଡିଓରେ ସେ ଦୁଇଟି ହାତରେ ଘଡ଼ି ପିନ୍ଧିଥିବାର ନଜର ଆସିଛନ୍ତି। ଅଭିଷେକ ଯେତେବେଳେ ତାଙ୍କର ଦୁଇଟି ହାତକୁ ଯୋଡ଼ି ନମସ୍କାର କରିଛନ୍ତି ତ ଦୁଇ ହାତରେ ଥିବା ଦୁଇଟି ଘଣ୍ଟା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି।

Advertisment

ଏହାକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ନିଜ ନିଜ ଅନୁସାରେ ମତ ରଖିଛନ୍ତି। ଗୋଟାଏ ହାତରେ ଘଣ୍ଟା ମାଆ ବାନ୍ଧିଥିବେ ଓ ଅନ୍ୟ ହାତରେ ପତ୍ନୀ ବାନ୍ଧିଥିବେ ବୋଲି କହି ପ୍ରଶଂସକମାନେ ଥଟ୍ଟା କରିବା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ; କେତେକ ବ୍ୟବହାରକାରୀ ସଂପୂର୍ଣ୍ଣ ଭିନ୍ନ ମନ୍ତବ୍ୟ ବି ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ସମୟର କିବା ଭରସା?’’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘‘ଦୁଇ ଦୁଇଟି ଘଣ୍ଟା; ତା’ପରେ ବି ସମୟ ଖରାପ ଚାଲୁଛି।’’ ତେବେ ବହୁ ସଂଖ୍ୟକ ବ୍ୟବହାରକାରୀ ଅଭିଷେକଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ଅଭିଷେକ ଜଣେ ଉଚ୍ଚକୋଟିର ଅଭିନେତା ବୋଲି ପ୍ରଶଂସକମାନେ ମତ ରଖିଛନ୍ତି।