ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଗୁଜବ ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ। ଏହିପରି ରିପୋର୍ଟ କ୍ରମାଗତ ଭାବେ ପ୍ରକାଶିତ ହେବାରେ ଲାଗିଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଲଗା ଅଲଗା ଦେଖିବାକୁ ମିଳୁଛନ୍ତି। ଫଳରେ ଗୁଜବ ବଢ଼ିଚାଲିଛି। ଏହି ସମୟରେ ରେଡ୍ଡିଟ୍ରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୁହାଯାଉଛି ଯେ ଦୁହେଁ ଅଲଗା ଅଛନ୍ତି ଏବଂ ଏହାର କାରଣ ହେଉଛି ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ପ୍ରତାରଣା କରିଛନ୍ତି। ଅଭିଷେକ ଐଶ୍ଚର୍ଯ୍ୟାଙ୍କୁ ଧୋକା ଦେଇଛନ୍ତି।
ନିକଟରେ ଜଣେ ରେଡ୍ଡିଟ୍ ୟୁଜର କହିଛନ୍ତି ଯେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବାରେ ଲାଗିଛି। କେବଳ ଏତିକି ନୁହେଁ, ଏଥିରେ ଯାହା ଲେଖା ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ,ରେଡ୍ଡିଟ୍ ୟୁଜର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଐଶ୍ ଏବଂ ଅଭିଷେକ ଦୀର୍ଘ ସମୟ ଧରି ଅଲଗା ହୋଇ ରହିଛନ୍ତି ଏବଂ ଏହାର କାରଣ ହେଉଛି ଅଭିଷେକ ତାଙ୍କ ପତ୍ନୀଙ୍କୁ ଠକିଛନ୍ତି |
ଏହା ସହିତ ୟୁଜର ଅଭିନେତ୍ରୀଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଅଭିନେତ୍ରୀ ହେଉଛନ୍ତି ‘ଦଶୱିଁ’ ଫିଲ୍ମର ଅଭିଷେକଙ୍କ କୋ-ଷ୍ଟାର ନିମ୍ରତ କୌର। ଏଭଳି ପରିସ୍ଥିତିରେ, ଯେହେତୁ ଏହି ପୋଷ୍ଟଗୁଡିକ ସାମ୍ନାକୁ ଆସିଛି, ପ୍ରଶଂସକମାନେ ଜାଣିବାକୁ ଚାହୁଁଛନ୍ତି ଏଥିରେ କେତେ ସତ୍ୟତା ଅଛି।
ଏହି ରେଡ୍ଡିଟ୍ ୟୁଜର ଏହା ମଧ୍ୟ ଲେଖିଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଦୀର୍ଘ ଦିନ ଧରି ବଚ୍ଚନ ପରିବାର ଏବଂ ଅଭିଷେକଙ୍କଠାରୁ ଦୂରରେ ରହିଛନ୍ତି ଏବଂ ଉଭୟ ଅଭିନେତ୍ରୀଙ୍କ ମା’ଙ୍କ ଘରେ ରହୁଛନ୍ତି। ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ ତାଙ୍କ ମା’ଙ୍କ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ। ତେବେ ଶାଶୁଙ୍କ ଜନ୍ମଦିନରେ ଅଭିଷେକ ସେଠାରେ ଉପସ୍ଥିତ ନ ଥିଲେ।
ଏହା ସହିତ ରେଡ୍ଡିଟ୍ ୟୁଜର ଲେଖିଛନ୍ତି ଯେ, ଐଶ୍ୱର୍ଯ୍ୟା ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଅସୁବିଧାରେ ପଡ଼ିଥିଲେ। ତାଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କର ଓଜନ କମାଇବା କଷ୍ଟକର ହୋଇପଡ଼ିଛି। ଏହି ପୋଷ୍ଟରେ କୁହାଯାଇଛି। ଅଭିଷେକ ଏବଂ ଐଶ୍ଙ୍କ ମଧ୍ୟରେ ସମ୍ପର୍କରେ ଦୂରତା ଆସିଲା
ଯେତେବେଳେ ଅଭିଷେକ ‘ଦଶୱିଁ’ ଫିଲ୍ମର ଅଭିନେତ୍ରୀଙ୍କ ନିମ୍ରତ କୌରଙ୍କ ସହ ସୁଟିଂ ସେଟରେ ସମ୍ପର୍କ ବଢ଼ିବାରୁ ଐଶ୍ଚର୍ଯ୍ୟାଙ୍କ ସହ ସମ୍ପର୍କ ଖରାପ ହେବାରେ ଲାଗିଛି। ସେ ପତ୍ନୀଙ୍କୁ ପ୍ରତାରଣା କରିଥିଲେ। ଯଦିଓ ଅଭିଷେକ ତାଙ୍କ ଭୁଲକୁ ଅନୁଭବ କରିଛନ୍ତି ଏବଂ ବର୍ତ୍ତମାନ ନିମ୍ରତଙ୍କଠାରୁ ନିଜକୁ ଦୂରେଇ ରଖିଛନ୍ତି, ତଥାପି ସେ ଐଶ୍ଚର୍ଯ୍ୟାଙ୍କଠାରୁ ଅଲଗା ହୋଇଯାଇଛନ୍ତି ଏବଂ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି।