ଇଣ୍ଡଷ୍ଟ୍ରୀରେ ନୂଆ କରି ପ୍ରବେଶ କରିଥିବାବେଳେ ଏକଦା ବିଗ୍ ବି’ (ଅମିତାଭ ବଚ୍ଚନ)ଙ୍କ ଅଟୋଗ୍ରାଫ୍ ନେବାକୁ ଚାହିଁଥିଲି। ହେଲେ ବାଧା ଦେଇଥିଲେ ଅଭିଷେକ ଏବଂ ଶ୍ବେତା।
ଜ୍ୟାକି କହିଛନ୍ତି, ଚେନ୍ନାଇରେ ଏକ ଫିଲ୍ମ ସୁଟିଂ ଚାଲିଥିଲା। ସେଥିରେ ଅମିତାଭଙ୍କ ସହ ଜ୍ୟାକି ବି ଅଭିନୟ କରୁଥିଲେ। ନୂଆ କରି ଫିଲ୍ମିଣ୍ଡଷ୍ଟ୍ରୀରେ ପାଦ ଥାପିଥିବାରୁ ଅମିତାଭଙ୍କ ଅଟୋଗ୍ରାଫ୍ ନେବାକୁ ଇଚ୍ଛା ହୋଇଥିଲା। ସେ ଅମିତାଭଙ୍କୁ ଷ୍ଟାଫ୍ମାନଙ୍କୁ ଏ କଥା ଜଣାଇବାକୁ ଯାଉଥିବାବେଳେ ବାଟରେ ଦେଖିଲେ ଷ୍ଟାଫ୍ମାନେ ଅଭିଷେକ ଏବଂ ଶ୍ବେତାଙ୍କୁ ସାଙ୍ଗରେ ଧରି ତାଙ୍କ ଆଡ଼କୁ ଆସୁଛନ୍ତି। ଷ୍ଟାଫ୍ମାନେ କହିଲେ, ଏମାନେ ବଚ୍ଚନ ସାବ୍ଙ୍କ ପିଲା। ଏମାନେ ଆପଣଙ୍କ ଅଟୋଗ୍ରାଫ୍ ନେବାକୁ ଚାହୁଁଛନ୍ତି। ଜ୍ୟାକି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏକଥା ଶୁଣି। ସେ ତ ବଚ୍ଚନ ସାବ୍ଙ୍କ ଅଟୋଗ୍ରାଫ ନେବାକୁ ଯାଉଥିଲେ, ଅମିତାଭଙ୍କ ପିଲାମାନେ ତାଙ୍କ ଅଟୋଗ୍ରାଫ୍ ଚାହୁଁଛନ୍ତି।
ଅଭିନେତା ଜ୍ୟାକି ଶ୍ରଫ କୌନ୍ ବନେଗା କରୋଡ଼ପତି ଏପିସୋଡ୍ ୧୩ରେ ବିଶେଷ ଅତିଥି ଭାବେ କ୍ରିକେଟର୍ ବୀରେନ୍ଦ୍ର ସେହବାଗ, ସୌରଭ ଗାଙ୍ଗୁଲି, ଅଭିନେତା-ନିର୍ଦ୍ଦେଶକ ଦୀପିକା ପାଦୁକୋନ୍, ଫାର୍ହା ଖାନ୍, ଅଲମ୍ପିକ ମେଡାଲ ବିଜେତା ନୀରଜ ଚୋପ୍ରାଙ୍କ ସହ ଯୋଗ ଦେଇ ନିଜର ସ୍ମୃତିଚାରଣ ପର୍ବରେ ଏକଥା କହିଛନ୍ତି। ଏକଥା ଶୁଣି ଅମିତାଭଙ୍କ ସମେତ ଦର୍ଶକ ଗ୍ୟାଲେରିରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।