‘ଅଲ୍ଲୀ କ୍ଲବ୍ ମିଷ୍ଟର ଟିନ୍ ଇଣ୍ଡିଆ’ର ଅଡିସନ୍ ୨୦୧୯ ମେ’ ୧୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେଇଥିଲା। ଏଥିରେ ଭାଗନେଇ ଅଭିଷେକ ମହାନ୍ତି ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ପହଞ୍ଚିଥିଲେ। ପରେ ଅଲ୍ଲୀ କ୍ଲବରେ ପହଞ୍ଚି ସେ ଟାଇଟଲ୍ ହାସଲ କରିଥିଲେ। ଏହାପରେ ଅଭିଷେକ ‘ମିଷ୍ଟର ପ୍ରିନ୍ସ ଚାର୍ମିଙ୍ଗ୍ ଅଫ୍ ଓଡ଼ିଶା’, ‘ମିଷ୍ଟର ଭୁବନେଶ୍ବର’ ଟାଇଟଲ୍ ମଧ୍ୟ ଅକ୍ତିଆର କରିଥିଲେ। ଏତିକିବେଳେ ତାଙ୍କୁ ଦୁଇଟି ମ୍ୟୁଜିକ୍ ଭିଡିଓ ‘ବେଚାରା ଦିଲ୍’, ‘ହେଇଯା ମୋ ଦିୱାନୀ’ରେ ସୁଯୋଗ ମିଳିଥିଲା। ନିକଟରେ ଭୁବନେଶ୍ବରରେ ଅନୁଷ୍ଠିତ ହେଇଥିବା ଅଲ୍ଲୀ କ୍ଲବ୍ ଟିନ୍ ଇଣ୍ଡିଆ ଅଡିସନ୍ରେ ସମ୍ବିତା ବୋଷ, ସୁପର ମଡେଲ୍ ସ୍ବପ୍ନା ପ୍ରିୟଦର୍ଶିନୀ, ମଡେଲ୍ ମିଲନ୍ ପଣ୍ଡାଙ୍କ ସହ ବିଚାରକ ଆସନରେ ବସିଥିଲେ ଅଭିଷେକ ମହାନ୍ତି। ଏହାର ଗ୍ରାଣ୍ଡ ଫିନାଲେ ଦିଲ୍ଲୀରେ ଆସନ୍ତା ଅକ୍ଟୋବରରେ ଅନୁଷ୍ଠିତ ହେବ। ଅଭିଷେକଙ୍କ ସ୍ବପ୍ନ ମଡେଲିଂ ଓ ଅଭିନୟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବା।
ଅଭିଷେକଙ୍କ ସ୍ୱପ୍ନ
/sambad/media/post_attachments/wp-content/uploads/2021/09/Parada-Abhishek.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)