ମୁମ୍ବାଇ: ବିକ୍ରମ ଭଟ୍ଟଙ୍କ ନୂଆ ସିନେମା ‘୧୯୨୦ : ଦ ହରର୍ସ ଅଫ୍ ଦ ହାର୍ଟ’ର ନାୟିକା ସାଜି‌ବେ ଅବିକା ଗୋର। ବଲିଉଡ୍‌ରେ ହରର୍ ଫିଲ୍ମର ଚାହିଦା ଅଧିକ। ୨୦୦୮ରେ ତିଆରି ହେଇଥିବା ହରର୍‌ ଫିଲ୍ମ ‘୧୯୨୦’ ଆଶାଜନକ ବ୍ୟବସାୟିକ ସଫଳତା ପାଇଥିଲା। ଏଥିରେ ରଜନୀଶ ଦୁଗଲ୍ ଓ ଅଦା ଶର୍ମା ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ସେତେବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ ଭଟ୍ଟ। ଏବେ ବିକ୍ରମ ପୁଣି ସେମିତି ଏକ ସିନେମା କରିବାକୁ ଯାଉଛନ୍ତି ଯାହାର ଶୀର୍ଷକ ରହିଛି ‘୧୯୨୦ : ଦ ହରର୍ସ ଅଫ୍ ଦ ହାର୍ଟ’। ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବିକ୍ରମଙ୍କ ଝିଅ କ୍ରିଷ୍ଣା ଭଟ୍ଟ। ନିକଟରେ ବିକ୍ରମ ଭଟ୍ଟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ନୂଆ ଚଳଚ୍ଚିତ୍ର ତିଆରି କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ବିକ୍ରମ କହିଛନ୍ତି ‘ଆମେ ପୁରୁଣା ହେଇଗଲୁଣି। ତେଣୁ ଆଜି ତାରିଖର ହରର୍ ମୁଭି ପାଇଁ ନିପୁଣ ଅଭିନେତ୍ରୀ ଅବିକା ଗୋର୍‌ଙ୍କୁ ନାୟିକା ଭାବେ ଚୟନ କରିବା ସହ ମୋ ଝିଅ କ୍ରିଷ୍ଣାକୁ ନିର୍ଦ୍ଦେଶନା ଭାର ଦେଇଛି। ସେମାନେ ନିଶ୍ଚିତ ଭାବେ ଭଲ କାମ କରିବେ ବୋଲି ମୋର ଆଶା ଓ ବିଶ୍ବାସ। ଏଥିରେ ମୁଁ କେ‌ବଳ ପ୍ରଯୋଜନା ଦାୟିତ୍ବ ବହନ କରିବି।’

Advertisment

Our bodies deserve to be treated well, I didn't respect it': Avika Gor pens  on her physical transformation

୨୦୦୮ରେ ବିକ୍ରମ ନିର୍ମାଣ କରିଥିବା ‘୧୯୨୦’ ଚଳଚ୍ଚିତ୍ର ତାଙ୍କ ଜୀବନରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଥିଲା। ଏହାପରେ ଅବଶ୍ୟ ବିକ୍ରମ ଭଟ୍ଟ ଓ ମହେଶ ଭଟ୍ଟ ଉଭୟ ମିଶି ‘୧୯୨୦ : ଦ ଏଭିଲ୍ ରିଟର୍ଣ୍ଣସ୍‌’ ନିର୍ମାଣ କରି ସଫଳତା ପାଇଥିଲେ। ୨୦୦୮ରେ ‘ରାଜକୁମାର ଆର୍ଯ୍ୟାନ’ ଚଳଚ୍ଚିତ୍ରର ଯୁବ ରାଜକୁମାରୀ ଭୈରବୀ ଭୂମିକାରେ ପରଦା ଜଗତରେ ପ୍ରବେଶ କରିଥିଲେ ମୁମ୍ବାଇ ଝିଅ ଅବିକା। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଟେଲି ଧାରାବାହିକ ‘ବାଳିକା ବଧୂ’ରେ ଆନନ୍ଦୀ ଭୂମିକାରେ ସେ ଦେଖିବାକୁ ମିଳିଥିଲେ। ସେହିପରି ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ‘ଶଶୁରାଲ୍ ସିମର କା’ରେ ସେ ରୋଲି ଦ୍ବିବେଦୀ ଭରଦ୍ବାଜ ଭୂମିକାରେ ଦେଖିବାକୁ ମିଳିଥିଲେ। ‘ଝଲକ ଦିଖ୍‌ଲା ଯା’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ମଧ୍ୟ ସେ କୃତକାର୍ଯ୍ୟ ହେଇ ନ ଥିଲେ। ୨୦୧୭ରେ ‘ଲାଡୋ-ବୀରପୁର କୀ ମର୍ଦ୍ଦାନୀ’ରେ ଅଭିନୟ କରିଥିବା ଅବିକା ୨୦୧୯ରେ ‘ଫିଅର୍‌ ଫ୍ୟାକ୍ଟର୍‌: ଖତ୍ରୋଁ କେ ଖିଲାଡ଼ି-୯’ରେ ଦ୍ବାଦଶ ସ୍ଥାନ ଅଧିକାର କରିଥିଲେ। ଏହା ବ୍ୟତୀତ ‘ନାଗିନ୍‌-୩’ ଫିଲ୍ମରେ ସେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ।