ବିବାହକୁ ୩୦ ବର୍ଷ ହୋଇ ଯାଇଥିଲେ ମଧ୍ୟ ପତ୍ନୀଙ୍କ ଏହି ଜିନିଷକୁ କେବେ ଖୋଲି ଦେଖି ନାହାନ୍ତି ଶାହାରୁଖ୍‌

ମୁମ୍ବାଇ : ବିବାହକୁ ୩୦ବର୍ଷ ହୋଇଥିଲେ ମଧ୍ୟ ସେ କେବେ ହେଲେ ତାଙ୍କ ପତ୍ନୀଙ୍କୁ ଅପମାନ କଲା ଭଳି କାମ କରି ନାହାନ୍ତି ବୋଲି କହିଛନ୍ତି କିଙ୍ଗ ଖାନ୍‌ ଶାହାରୁଖ୍‌ । ଏକ ସାକ୍ଷାକାରରେ ସେ #ମି ଠୁ ଅଭିଯାନକୁ ସମର୍ଥନ ଜଣାଇବା ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ । ପତ୍ନୀ ଗୌରୀ ଖାନ୍‌ ଏବଂ ପିଲାମାନଙ୍କ ସହ ତାଙ୍କର ସଂପର୍କ କେମିତି ସେସବୁ ବିଷୟରେ ଖୋଲାଖୋଲି ଭାବରେ ଶାହାରୁଖ୍‌ ଜଣାଇଥିଲେ ।

YouTube

ମହିଳାମାନେ ନିଜ ସହ ହୋଇଥିବା ଅସଦାଚରଣ ବିଷୟରେ ଏତେ ସାହସର ସହ ସମସ୍ତଙ୍କୁ ଜଣାଇଛନ୍ତି ସେଥିପାଇଁ ଆମକୁ ତାଙ୍କୁ ସମ୍ମାନ ଦେବା ଦରକାର । ଏଭଳି ଘଟଣା ଆମମାନଙ୍କ ଚାରି ପାଖରେ ହେଉଥିଲେ ମଧ୍ୟ ଆମେ ଜାଣି ପାରି ନ ଥାଏ । ଆମ ବିବାହକୁ ୩୦ବର୍ଷ ହୋଇଥିଲେ ମଧ୍ୟ ମୁଁ କେବେ ହେଲେ ଗୌରୀଙ୍କ ପର୍ସ ଚେକ୍‌ କରି ନାହିଁ । ଯେତେବେଳେ ବି ମୁଁ ମୋ ରୁମ୍‌କୁ ଯାଏ, ପ୍ରଥମେ କବାଟକୁ ବାଡ଼େଇବା ପରେ ହିଁ ପ୍ରବେଶ କରିଥାଏ । କେବଳ ଗୌରୀ ନୁହନ୍ତି, ଝିଅ ସୁହାନାଙ୍କ ରୁମ୍‌କୁ ଯିବା ପୂର୍ବରୁ ମଧ୍ୟ ମୁଁ କବାଟ ବାଡ଼େଇଥାଏ । ଏହାର କାରଣ ହେଉଛି, ସେମାନଙ୍କର ନିଜର ବ୍ୟକ୍ତିଗତ ଜୀବନ ରହିଛି । ଯାହା ଉପରେ ବିନା ଅନୁମତିରେ ଦଖଲ ଦେବା ଠିକ୍‌ ନୁହେଁ ବୋଲି ଶାହାରୁଖ୍‌ କହିଥିଲେ ।

ସମ୍ବନ୍ଧିତ ଖବର