‘ମୁଁ ଇଣ୍ଟେଲିଜେଣ୍ଟ ନୁହେଁ କି ସ୍ମାର୍ଟ ନୁହେଁ’: ଜାଣନ୍ତୁ ୭୦ରୁ ଅଧିକ ଫିଲ୍ମ କରି ସାରିଥିବା ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ କ’ଣ ପାଇଁ ଏଭଳି ମନ୍ତବ୍ୟ ରଖିଲେ

ମୁମ୍ବାଇ : ବଲିଉଡ୍‌ରେ ଅନେକ ସଂଘର୍ଷ କରିବା ପରେ ଏବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ । ତାଙ୍କୁ ରୋମାନ୍ସର କିଙ୍ଗ ବୋଲି ଲୋକେ ଆଖ୍ୟା ଦେଇଥିବା ବେଳେ ଏବେ ମଧ୍ୟ ତାଙ୍କର ଯାଦୁ ଦର୍ଶକମାନଙ୍କ ଉପରେ ରହିଛି । ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରି ନିଜର କାର୍ଯ୍ୟଦକ୍ଷତାକୁ ପ୍ରମାଣ କରି ସାରିଥିବା ଶାହାରୁଖ୍‌ଙ୍କ ମନରେ ଏବେ ବି ଗୋଟେ କଥାକୁ ନେଇ ଦୁଃଖ ରହି ଯାଇଛି ବୋଲି ସେ କହିଛନ୍ତି ।

The Financial Express

ତାଙ୍କ କହିବା ଅନୁଯାୟୀ, ଏ ପର୍ଯ୍ୟନ୍ତ ମୋତେ ମୋ ଫିଲ୍ମ ପାଇଁ ଗୋଟେ ବି ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ମିଳିନାହିଁ । ମୋ ଫିଲ୍ମ ଏ ପର୍ଯ୍ୟନ୍ତ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଭଳି ଇଭେଣ୍ଟରେ ସ୍ଥାନ ପାଇ ପାରି ନାହିଁ । ମୋତେ କେବଳ ନାଚିବା ପାଇଁ ବା ଲୋକମାନଙ୍କ ସ୍ୱାଗତ କରିବା ପାଇଁ ନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲକୁ ଡ଼କାଯାଏ । ମୁଁ ୭୦ରୁ ଅଧିକ ଫିଲ୍ମ କରି ସାରିଥିଲେ ମଧ୍ୟ ମୋତେ ପୁରସ୍କୃତ କରିବା ପାଇଁ କେବେ ଡ଼କାଯାଇ ନାହିଁ । ଏହାର କାରଣ ହେଉଛି କି ମୁଁ ଅଧିକ ଇଣ୍ଟେଲିଜେଣ୍ଟ କି ସ୍ମାର୍ଟ ନୁହେଁ ବୋଲି କହିଥିଲେ ଶାହାରୁଖ୍‌ ।

ସମ୍ବନ୍ଧିତ ଖବର