ଅବ୍‌ରମ୍‌- ଆରାଧ୍ୟା ବଲିଉଡ୍‌ର ପରବର୍ତ୍ତୀ ଶାହରୁଖ୍‌-କାଜଲ୍‌

ଶାହରୁଖ୍-କାଜଲ୍‌ ଯୋଡ଼ି ହେଉଛି ବଲିଉଡ୍‌ର ଆଜି ପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଓ ପ୍ରସିଦ୍ଧ ଯୋଡ଼ି। ଯେତେବେଳେ ବି ଏହି ଯୋଡ଼ି ଏକାସଙ୍ଗେ ଆସନ୍ତି, ବକ୍ସ ଅଫିସ୍‌ ଧମାକା କରିଯାଆନ୍ତି। ଏକ ସାକ୍ଷାତକାରରେ ଶାହରୁଖଙ୍କୁ ପଚରାଯାଇଥିଲା, ତାଙ୍କ ମତରେ ପରବର୍ତ୍ତୀ ଶାହରୁଖ୍‌-କାଜଲ ଯୋଡ଼ି କିଏ? ଏହାର ଉତ୍ତରରେ ଶାହରୁଖ୍‌ କହିଥିଲେ, ମୋ ମତରେ, ମୋ ପୁଅ ଅବ୍‌ରମ୍‌ ଓ ଐଶ୍ବର୍ଯ୍ୟାଙ୍କ ଝିଅ ତଥା ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ହେଉଛନ୍ତି ବଲିଉଡ୍‌ର ପରବର୍ତ୍ତୀ ଶାହରୁଖ୍‌-କାଜଲ ଯୋ‌ଡ଼ି। ଯଦିଓ ଅବ୍‌ରମ୍‌ ଆରାଧ୍ୟାଙ୍କଠାରୁ ବୟସରେ ସାନ ତଥାପି ପ୍ରେମ ଆଗରେ ବୟସ ତୁଚ୍ଛ ବୋଲି ସେ କହିଥିଲେ। ଏନେଇ ଏକଦା ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କୁ ପଚାରିବାରୁ ସେ କହିଥିଲେ, ଯଦିଓ ମୁଁ ଶାହରୁଖ୍‌ଙ୍କ ଏହି କଥାରେ ଏକମତ ନୁହେଁ, ତଥାପି ତାଙ୍କ କଥା ସତ ହେଉ ବୋଲି ଆଶୀର୍ବାଦ କରୁଛି।

ସମ୍ବନ୍ଧିତ ଖବର