କୁଆଡ଼େ ଗଲେ ସନମୀରା, ଅନୁଭା ଓ ଝିଲିକ୍‌ ?

ଭୁବନେଶ୍ୱର: ୨୦୧୯ର ପ୍ରଥମାର୍ଦ୍ଧରେ କେତେକ ଜଣ ନାୟିକାଙ୍କୁ ପରଦା ଉପରେ ଦେଖିବାକୁ ମିଳିନାହିଁ। ଏଥିପାଇଁ ସେହି ନାୟିକାଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଛନ୍ତି।

ଏବର୍ଷର ପ୍ରଥମାର୍ଦ୍ଧରେ ଦର୍ଶକ ସେମାନଙ୍କର ଅନ୍ୟତମ ପ୍ରିୟ ନାୟିକା ଏଲିନାଙ୍କୁ କୌଣସି ଗୋଟିଏ ସିନେମାରେ ଦେଖିବାକୁ ପାଇନାହାନ୍ତି। ଠିକ୍‌ ସେହିପରି ଓଡିଆ ସିନେଜଗତର ଅନ୍ୟତମ ଜଣାଶୁଣା ନାୟିକା ସୂରମୟୀଙ୍କର କୌଣସି ଫିଲ୍ମ ରିଲିଜ୍‌ ହୋଇ ନାହିଁ। ତାଙ୍କର ‘ସେଲଫିସ ଦିଲ୍‌’ରଜରେ ରିଲିଜ୍‌ ହେବାର ଥିଲା,ମାତ୍ର ତାହା ଘୁଞ୍ଚିଯାଇଥିଲା।

ଚୁଲୁବୁଲି ନାୟିକା ସନ୍‌ମୀରା ବି ଏଥର ପ୍ରଥମାର୍ଦ୍ଧରେ ନଜର ଆସିନାହାନ୍ତି ବଡ଼ ପରଦାରେ। ପିଙ୍କି ପ୍ରିୟଦର୍ଶିନୀ ବି ଦେଖା ଦେଇ ନାହାଁନ୍ତି। ଓଲିଉଡର ଆଗଧାଡ଼ିର ନାୟିକା ଅନୁଭାଙ୍କର ବି କୌଣସି ସିନେମା ରିଲିଜ୍‌ ହୋଇ ନାହିଁ। ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ପ୍ରକୃତି ମିଶ୍ରଙ୍କୁ ଦର୍ଶକ ପ୍ରଥମାର୍ଦ୍ଧରେ ଓଲିଉଡ ପରଦାରେ ନ ଦେଖି ନିରାଶ ହୋଇଛନ୍ତି। ପୁନମ୍‌ ମିଶ୍ର ଓ ଲିପ୍‌ସାଙ୍କ ଦେଖା ବି ମିଳି ନାହିଁ। ଏହି ତାଲିକାରେ ଅଛନ୍ତି ବେଙ୍ଗଲି ବିଉଟି ଝିଲିକ୍‌।

ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌ ଫେମ୍‌ ଦିବ୍ୟାଦିଶାଙ୍କୁ ବି ଦେଖିବାକୁ ପାଇନାହାନ୍ତି ଦର୍ଶକ। ଠିକ୍‌ ସେହିପରି ସିଷ୍ଟର ଶ୍ରୀଦେବୀ ଓ ପ୍ରେମ କୁମାର ଭଳି ସିନେମାର ନାୟିକା ଶିବାନୀଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ।

ସମ୍ବନ୍ଧିତ ଖବର