ଗୋଟିଏ ସପ୍ତାହରେ ୨ଟି ଫିଲ୍ମ; ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଅପେକ୍ଷା ଆଗରେ ରହିଲା ‘ଉରି: ଦ ସର୍ଜିକାଲ ଷ୍ଟାଇକ୍‌’

ମୁମ୍ବାଇ: ଏହି ସପ୍ତାହରେ ବଲିଉଡ୍‌ର ୨ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ବିଜୟ ରତ୍ନାକର ଗୁଟ୍ଟେଙ୍କ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଓ ଆଦିତ୍ୟ ଧରଙ୍କ ‘ଉରି: ଦ ସର୍ଜିକାଲ ଷ୍ଟାଇକ୍‌’। ଏହି ଦୁଇଟି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରେ ବହୁ ଲୋକପ୍ରିୟତା ସାଉଁଟିବାରେ ସଫଳ ହୋଇଛନ୍ତି।

୧୩୦୦ ପରଦାରେ ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ରିଲିଜ୍‌ର ପ୍ରଥମ ଦିନରେ ୪.୫୦ କୋଟି ରୋଜଗାର କରିଥିବା ବେଳେ ‘ଉରି: ଦ ସର୍ଜିକାଲ ଷ୍ଟାଇକ୍‌’ ପ୍ରଥମ ଦିନରେ ୮.୨୦ କୋଟି ଟଙ୍କା ରୋଜଗାର କରି ଆଗରେ ରହିଛି। ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ମର୍ଣ୍ଣିଂ ସୋ’ ଅପେକ୍ଷା ଇଭିନିଂ ସୋ’ରେ ବେଶି ଲୋକ ଦେଖିବାକୁ ମିଳିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧିରିତ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଚଳଚ୍ଚିତ୍ରଟି ମନମୋହନ ସିଂହଙ୍କ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଲିଖିତ ପୁସ୍ତକ ଆଧାରରେ କରାଯାଇଛି। ସେହିପରି ଉରି ୨୦୧୬ ମସିହାରେ ହୋଇଥିବା ଉରି ଆକ୍ରମଣ ଓ ସର୍ଜିକାଲ ଷ୍ଟାଇକ୍‌ ଉପରେ ଆଧାରିତ।

ସମ୍ବନ୍ଧିତ ଖବର