ହିଟ୍ ଫିଲ୍ମ ଦେଇ ବି କାମ ମିଳୁନଥିଲା, ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲି: ଅଧ୍ୟୟନ ସୁମନ

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ଏବେ ପୁଣି ଥରେ ଅଭିନୟ କରିବା ଆରମ୍ଭ କରିଛନ୍ତି ଅଭିନେତା ଅଧ୍ୟୟନ ସୁମନ। କିଛି ବର୍ଷ ତଳେ ତାଙ୍କୁ ଅନେକ ଫିଲ୍ମରୁ ବାଦ୍ ଦିଆଯିବା ସହ କୌଣସି କାମ ମିଳିନଥିଲା। ଏସବୁ ବିଫଳତା ଦେଖି ସେ ଭାଙ୍ଗିପଡ଼ିବା ସହ ନିଜକୁ ଗୋଟିଏ ଘରେ ବନ୍ଦ କରି ରଖିଥିଲେ। ଏମିତି କି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।

ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୋ ହାତରୁ ଫିଲ୍ମ ଚାଲିଯିବା ସହ ମୁଁ ବେରୋଜଗାର ହୋଇପଡ଼ିଥିଲି। ଏହା‌ ମୋତେ ଅବସାଦଗ୍ରସ୍ତ କରାଇଥିଲା। ହେଲେ ମୋ ପରିବାର ଓ ବନ୍ଧୁମାନଙ୍କ ପାଇଁ ମୁଁ ଅବସାଦରୁ ମୁକ୍ତ ହୋଇପାରିଛି। ସେ ସମୟରେ ମୁଁ ଘଣ୍ଟା ଘଣ୍ଟା ଧରି ସେ ବିଛଣାରେ ପଡ଼ି ରହୁଥିବା ସହ ପଙ୍ଖାକୁ କ୍ରମାଗତ ଭାବରେ ଚାହିଁ ରହୁଥିଲି। ଲାଗୁଥିଲା ମୋ ଜୀବନରେ ଆଉ କୌଣସି ଲକ୍ଷ୍ୟ ନାହିଁ। ସବୁକିଛି ଶେଷ ହୋଇସାରିଛି। ଯାହାର ଡେବ୍ୟୁ ଫିଲ୍ମ ହିଟ୍ ହୋଇଥିଲା, ଯାହାର ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ଆୟ କରୁଥିଲା, ଯାହାଙ୍କ ଗୀତଗୁଡ଼ିକ ଲୋକଙ୍କ ଓଠରେ ଏବେ ବି ଚିରସବୁଜ ହୋଇ ରହିଛି, ତାକୁ କାମ ମିଳୁନାହିଁ କେମିତି? ଏପ୍ରଶ୍ନ ମୋ ମନରେ ବାରମ୍ବାର ଉଙ୍କି ମାରୁଥିଲା। ଏହି ସବୁ ଜିନିଷ ପାଇଁ ମୁଁ ଆତ୍ମ-ବିନାଶକାରୀ ସ୍ତରକୁ ଚାଲିଯାଇଥିଲି। ଏମିତି କି ମୁଁ ଆତ୍ମହତ୍ୟା କରିବାକୁ ଚାହୁଥିଲି। ହେଲେ ସମୟ ସହ ମୁଁ ନିଜକୁ ସମ୍ଭାଳିବା ଶିଖିଲି। ଏଥିରେ ମୋ ପରିବାର ଲୋକ ମୋତେ ସାହାଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର