ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଏବେ ତାଙ୍କର ଗୋଟିଏ ଟ୍ୱିଟକୁ ନେଇ ବିବାଦରେ ଛନ୍ଦି ହେଉଥିବାର ଦେଖାଯାଉଛି। ରିଚା ଚଢ଼ା ଭାରତୀୟ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଏକ ଟୁଇଟକୁ ରିଟ୍ୱିଟ କରି ଏପରି କିଛି ଲେଖିଥିଲେ, ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ବର୍ତ୍ତମାନ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ରିଚା ଚଢ଼ାଙ୍କୁ ଜବାବ ଦେଇଛନ୍ତି।
ଅକ୍ଷୟ କୁମାର ରିଚା ଚଢ଼ାଙ୍କ ଭାଇରାଲ ଟ୍ୱିଟର ସ୍କ୍ରିନସଟ ଟ୍ୱିଟ କରି ଲେଖିଛନ୍ତି, ଏହାକୁ ଦେଖି ଦୁଃଖ ଲାଗୁଛି। କେବେ ବି ଆମକୁ ଆମ ସେନା ବାହିନୀ ପ୍ରତି ଅକୃତଜ୍ଞ ହେବା ଉଚିତ୍ ନୁହେଁ। ସେମାନେ ଅଛନ୍ତି ବୋଲି ଆମେ ଆଜି ଅଛେ। ଏହା ସହିତ ଅକ୍ଷୟ ଏକ ହାତ ଯୋଡାଯାଇଥିବା ଇମୋଜି ରଖି ଟ୍ବିଟ କରିଥିବା ଦେଖାଯାଇଛି।
ଉଲ୍ଲେଖଯୋଗ୍ୟ, ସେନାର ଉତ୍ତର କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ ଟ୍ବିଟ କରିଥିଲେ ଯେ, ଆମେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରେ ତେବେ ଏହାର ଉପଯୁକ୍ତ ଜବାବ ଦିଆଯିବ। ସୀମାରେ ଶାନ୍ତି ବଜାୟ ରଖିବା ଉଭୟ ଦେଶର ଦାୟିତ୍ୱ। କିନ୍ତୁ ଯଦି ପାକିସ୍ତାନ ଶାନ୍ତି ଭଙ୍ଗ କରିବା ପାଇଁ କୌଣସି ପଦକ୍ଷେପ ନିଏ, ତେବେ ଏହାର ପରିଣାମର ସାମ୍ନା କରିବାକୁ ପ୍ରସ୍ତୁତ ରହୁ। ଏହି ଟ୍ବିଟକୁ ରିଟ୍ବିଟ କରି ରିଚା ଲେଖିଥିଲେ 'ଗଲୱାନ ସେଜ ହାଏ'।
ତେବେ ବିବାଦ ବଢ଼ୁଥିବା ଦେଖି କ୍ଷମା ମାଗିଛନ୍ତି ରିଚା। ହେଲେ କ୍ଷମା ମାଗିବା ପରେ ବି ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି।
@BediSaveena pic.twitter.com/EYHeS75AjS
— RichaChadha (@RichaChadha) November 24, 2022