ଚନ୍ଦାପଣର ଶିକାର ହୋଇଥିବା ଅନୁପମ୍‌ ଖେର୍‌ ସେୟାର କଲେ ଏଭଳି ଭାବବିହ୍ଵଳ ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହି ଥାଆନ୍ତି। ସେ ବିଭିନ୍ନ ସମୟରେ ଅନେକ ଭିଡିଓ ସେୟାର କରିଥାଆନ୍ତି। ନିକଟରେ ଅନୁପମ୍‌ ଖେର୍‌ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଅନୁପମ୍‌ ଚନ୍ଦାପଣକୁ ନେଇ ଲୋକଙ୍କ କଷ୍ଟକୁ ଗୀତ ଜରିଆରେ ବଖାଣିଛନ୍ତି। ଅନୁପମ୍‌ଙ୍କ ଏହି ଭିଡିଓକୁ ଦେଖିବା ପରେ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଭିଡିଓ ସେୟାର କରି ଅନୁପମ୍‌ ଖେର୍‌ ମଜାଦାର କ୍ୟାପସନ୍‌ ବି ଲେଖିଛନ୍ତି। ସେ ଲେଖିଛନ୍ତି, ଦୁନିଆରେ ଥିବା ଚନ୍ଦାପଣକୁ ସମର୍ପିତ ମୋର ଏହି ଭାବପୂର୍ଣ୍ଣ ଗୀତ।

ଭିଡିଓରେ ଅନୁପମ୍‌ ଗାଉଛନ୍ତି, ୟେ ମେରେ ବିଛଡେ ବାଲୋଁ, ଫିର୍‌ ସେ ଉଗ ଆଓ.. ତୁମ୍ ପେ ମେଁ କୁରବାନ୍‌, ଜୁଲମ କେ ପଞ୍ଜେ ମେଁ ହୁଁ, ମେ ଭି ଅବ ଗଞ୍ଜେ ମେ ହୁଁ, ସିର ହୁଆ ବୀରାନ। ଆଖ୍‌ ଓ ମଥାମେ କୈସେ, ଝାଟ ସେ ଗିର ଯାତେ ଥେ ତୁମ, ଜବ ବିଖରତେ ଥେ, ଅନ୍ଦାଏ କିତନି ବିଖରାତେ ଥେ ତୁମ୍‌। ସୁନା ୟେ ସିର କର ଗଏ, ତୁମ ତୋ କବ୍‌ କେ ଛୋଡ଼ ଗଏ। ରହ ଗଏ ଦୋ କାନ୍‌ …।’

ସମ୍ବନ୍ଧିତ ଖବର