ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ କୋହଲି ଗିରଫ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଦୀର୍ଘ ପଚରାଉଚରା ପରେ ଅଭିନେତା ଅରମାନ କୋହଲିଙ୍କୁ ଏନସିବି ଗିରଫ କରିଛି। ଶନିବାର ସନ୍ଧ୍ୟାରେ ଏନସିବି ଅରମାନ କୋହଲିଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା।

ଏନସିବି ମୁତାବକ, ଅରମାନଙ୍କୁ ସାମ୍ନାସାମ୍ନୀ ବସାଇ ପଚରାଉଚରା କରାଯିବ। ଏଥିସହିତ ଏହି ଘଟଣାରେ ବଲିଉଡର ଆଉ କିଏ କିଏ ସାମିଲ ଅଛନ୍ତି ତାହାକୁ ନେଇ ବି ତଦନ୍ତ କରାଯିବ। ଏଥିପାଇଁ ଏନସିବି କୋର୍ଟରୁ ଅରମାନଙ୍କ ଅଧିକରୁ ଅଧିକ ରିମାଣ୍ଡ ନେବାକୁ ଚେଷ୍ଟା କରିବ। ଅରମାନ ଗିରଫ ହେବା ପରେ ଏହି ଘଟଣାରେ ସମ୍ପୃକ୍ତ ଆହୁରି କେତେଜଣ ଗିରଫ ହେବାର ସମ୍ଭାବନା ରହିଛି।

NCB arrests Armaan Kohli for illegal possession of cocaine

ଅଗଷ୍ଟ ୨୮ ସକାଳେ ଏନସିବି ହାଜି ଅଲ୍ଲି ନିକଟରେ ଚଢ଼ାଉ କରିଥିଲା। ଏଠାରୁ ଜଣେ ବଡ଼ ଡ୍ରଗ୍ସ ଚାଲାଣକାରୀ ଅଜୟ ରାଜୁ ସିଂହଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଅଜୟଙ୍କ ଠାରୁ ୨୫ ଗ୍ରାମର ଏମଡି ଜବତ ହୋଇଥିଲା। ଅଜୟ ରାଜୁ ସିଂହଙ୍କୁ ଗିରଫ ଓ ପଚରାଉଚରା ପରେ ଏନସିବି ଆଗକୁ ଯାଞ୍ଚ ଆରମ୍ଭ କରି ଅଭିନେତା ଅରମାନ କୋହଲିଙ୍କ ଘର ଉପରେ ଚଢ଼ାଉ କରି ଡ୍ରଗ୍ସ ଜବତ କରିଥିଲା।

ସମ୍ବନ୍ଧିତ ଖବର