ମୁମ୍ବାଇ : କିଛି ଦିନ ତଳେ ଅଭିନେତା ସାହିଲ ଖାନ୍ଙ୍କ ଏକ ଅଶ୍ଲୀଳ ଫଟୋ ଭାଇରାଲ ହୋଇଥିଲା । ଅଶ୍ଲୀଳ କ୍ୟାପ୍ସନ ସହ ଏହାକୁ ଭାଇରଲ କରାଯାଇଥିବା ବେଳେ ଏବେ ଏଭଳି କରିଥିବା ଲୋକମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଅଭିନେତା ସାହିଲ ଖାନ୍ । ଅଭିଯୋଗ ପତ୍ରରେ, ଜାବିର ଅହମ୍ମଦ, ଜେ କେ ପିଟର ଏବଂ କରଣଧୀର ମୋର ଫଟୋକୁ ଏଡିଟ୍ କରି ଅଶ୍ଲୀଳ କ୍ୟାପ୍ସନ ସହ ଇନ୍ଷ୍ଟାରେ ସେୟାର କରିଥିଲେ ବୋଲି ଲେଖିଛନ୍ତି ସାହିଲ ।
The Indian Expressଏହି ଫଟୋ ମେ’ ୨୩ରୁ ଜୁନ୍ ୬ମଧ୍ୟରେ ଖୁବ୍ ଭାଇରାଲ ହୋଇଥିଲା । ଜଣେ ମହିଳା ସାହିଲଙ୍କ ଫଟୋକୁ ନିଜ ଇନ୍ଷ୍ଟା ହ୍ୟାଣ୍ଡେଲରେ ସେୟାର କରିଥିଲେ । ସେୟାର କରିବା ସହ ମହିଳାଜଣଙ୍କ ମଧ୍ୟ ଅଶ୍ଲୀଳ କ୍ୟାପ୍ସନ ଦେଇଥିଲେ । ଯେଉଁଥିରେ ଲୋକେ ସାହିଲ ବେଶ୍ୟାବୃତ୍ତିରେ ସାମିଲ ଥିବା କଥା ଉଠାଇଥିଲେ । ଫଟୋକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଅଶ୍ଲୀଳ କମେଣ୍ଟ ଆସୁଥିବା ଦେଖି ଏବେ ସାହିଲ ଏତଲା ରୁଜୁ କରିବାକୁ ବାଧ୍ୟ ହୋଇଛନ୍ତି । ପୁଲିସ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରି ଦେଇଥିବା ବେଳେ ଅଭିଯୁକ୍ତକୁ ଉଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Sahil-Khan-Bodybuilding-Diet-1.jpg)