୩୪ବର୍ଷ ବୟସରେ ମୃତ୍ୟୁବରଣ କଲେ ଗୋବିନ୍ଦାଙ୍କ ପୁତୁରା, ମୃତ୍ୟୁ ପଛର କାରଣ ଜଣାଇଲେ ଭାଇ ବୋହୂ କଶ୍ମୀରା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ପରିବାର ତରଫରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୋବିନ୍ଦାଙ୍କ ପୁତୁରା ଜନ୍ମେନ୍ଦ୍ର ଆହୁଜାଙ୍କର ୩୪ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ମୃତଦେହ ସେ ରହୁଥିବା ଘରୁ ମିଳିଥିବା ବେଳେ ଶବ ବ୍ୟବଚ୍ଛଦ ପାଇଁ ପଠାଯାଇଛି । ହଠାତ୍‌ ତାଙ୍କ ମୃତ୍ୟୁକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳେ ତାଙ୍କ ଭାଇବୋହୂ ତଥା କ୍ରିଷ୍ଣା ଅଭିଷେକଙ୍କ ପତ୍ନୀ କଶ୍ମୀରା ଶାହା ଜନ୍ମେନ୍ଦ୍ରଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି । ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ସତ କ’ଣ ତାହା ଜଣାପଡ଼ିବ । ଏବେ ଗୋବିନ୍ଦା ନିଜ ପରିବାର ସହ ଥିବା ବେଳେ ହଠାତ୍‌ ଜନ୍ମେନ୍ଦ୍ରଙ୍କ ସହ ଏପରି ଘଟିବା ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି ।

jansatta.com

ସୂଚନା ମୁତାବକ, ଜନ୍ମେନ୍ଦ୍ର ଗୋବିନ୍ଦାଙ୍କ ବଡ଼ ଭାଇ କୀର୍ତ୍ତି କୁମାରଙ୍କ ପୁଅ ଥିଲେ । ଏହା ସହ ସେ ବଲିଉଡ୍‌ରେ ନିର୍ଦ୍ଦେଶକ-ପ୍ରଯୋଜକ ହିସାବରେ ମଧ୍ୟ କାମ କରି ସାରିଛନ୍ତି ।

ସମ୍ବନ୍ଧିତ ଖବର