୨୦୦ ‌କୋଟି ଟଙ୍କା ଦୁର୍ନୀତି ମାମଲାରେ ‘ଇଡି’ରେ ହାଜର ହେଲେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌

ମୁମ୍ବାଇ: ସମନ୍‌ ପାଇବାର ଦୁଇ ଦିନ ପରେ ସୁକେଶ ଚନ୍ଦ୍ରଶେଖର ଓ ଅନ୍ୟମାନଙ୍କ ବିରୋଧରେ ଆଗତ ଆର୍ଥିକ ଦୁର୍ନୀତ ତଦନ୍ତର ଜେରା ପାଇଁ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହୋଇଛନ୍ତି।

ସୁକେଶ ଚନ୍ଦ୍ରଶେଖର ସମ୍ପୃକ୍ତ ଥିବା ୨୦୦ କ‌ୋଟି ଟଙ୍କା ବଟି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସମ୍ପୃକ୍ତି ବିଷୟରେ ତଦନ୍ତ କରୁଛି।

ଫର୍ଣ୍ଣାଣ୍ଡିଜ୍‌ଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ଲୁକ୍‌-ଆଉଟ୍‌-ସର୍କ୍ୟୁଲାର୍‌’ ଜାରି କରିଥିବା ହେତୁ ତାଙ୍କୁ ବିଦେଶ ଯିବାରୁ ନିବୃତ କରାଇବାକୁ ଗତ ରବିବାର ଦିନ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ‘ଇମିଗ୍ରେସନ୍‌ ଅଥରିଟି’ମାନେ ସ୍ବଳ୍ପ ସମୟ ଅଟକ ରଖିଥିଲେ।

Image Courtesy of The Times of India

ସୁକେଶ ଜେଲ୍‌ରେ ଥିବା ବେଳେ ଜାକ୍‌ଲିନ୍‌ଙ୍କୁ ୧୦ କୋଟି ଟଙ୍କା ଉପହାର ପଠାଇଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହାଛଡ଼ା, ଜାମିନ ପାଇ ଜେଲ୍‌ରୁ ମୁକୁଳିବା ପରେ ସୁକେଶ ଜାକ୍‌ଲିନ୍‌ଙ୍କ ପାଇଁ ମୁମ୍ବାଇରୁ ଚେନ୍ନାଇକୁ ଗୋଟାଏ ‘ଚାର୍ଟଡ୍‌ ଫ୍ଲାଇଟ୍‌’ ମଧ୍ୟ ବୁକ୍‌ କରିଥିଲେ।

ପ୍ରବର୍ତ୍ତନ ନିର୍ଦେଶାଳୟର ସନ୍ଦେହ ହେଉଛି କି, ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଆଦାୟ କରିଥିବା ଟଙ୍କାରୁ ବହୁଳାଂଶ ଜାକ୍‌ଲିନ୍‌ଙ୍କ ଆକାଉଣ୍ଟ୍‌କୁ ପଠାଯାଇଛି। କିନ୍ତୁ, ଜ୍ୟାକ୍‌ଲିନ୍‌ କହୁଛନ୍ତି, ତାଙ୍କୁ ଅକାରଣରେ ଏହି ମାମଲାରେ ସମ୍ପୃକ୍ତ କରାଯାଇଛି। ତଦନ୍ତରେ ସହଯୋଗ କରିବାକୁ ସେ ସମ୍ମତ ଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର